ଆମେରିକାର ଗଣତନ୍ତ୍ର ଅତୁଟ ରହିଛି: ଜୋ ବାଇଡେନ

0

ନୂଆଦିଲ୍ଳୀ (ଆମ ଟିଭି): ଆମେରିକାରେ କ୍ୟାପିଟାଲ ଆକ୍ରମଣକୁ ପୁରିଛି ୨ ବର୍ଷ । ଏହାରି ଭିତରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉଦବୋଧନ ସାମ୍ନାକୁ ଆସିଛି । ସେ କହିଛନ୍ତି, ଆମେରିକାର ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି ବୋଲି ‘କ୍ୟାପିଟଲ୍ ଆକ୍ରମଣ’ର ଦୁଇ ବର୍ଷ ପୂର୍ତ୍ତିକୁ ଉଦ୍ଦେଶ୍ୟ କରି ମଙ୍ଗଳବାର ରାତିରେ ‘ଷ୍ଟେଟ୍ ଅଫ୍ ୟୁନିୟନ୍’ରେ ଉଦ୍ବୋଧନ ଦେବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।

କରୋନାଭାଇରସ୍ ମହାମାରୀ ସତ୍ବେ ଦେଶର ପ୍ରଗତିକୁ ପ୍ରଶଂସା କରି ରାଷ୍ଟ୍ରପତି ଉଦ୍ବୋଧନ ଆରମ୍ଭ କରି କହିଲେ, ମହାମାରୀଠାରୁ ଆମେରିକା ଟାଣୁଆ ବୋଲି ପ୍ରତିପାଦିତ ହୋଇଛି। ଦୁଇ ବର୍ଷ ତଳେ, କୋଭିଡ୍ ଆମ ବ୍ୟବସାୟ ବନ୍ଦ କରିଦେଇଥିଲା, ଆମ ସ୍କୁଲ୍ ବନ୍ଦ କରି ଦେଇଥିଲା ଏବଂ ଆମଠାରୁ ବହୁତ କିଛି ଲୁଟି ନେଇଥିଲା। ଆଜି କୋଭିଡ୍ ଆଉ ଆମ ଜୀବନକୁ ନିୟନ୍ତ୍ରଣ କରୁନାହିଁ। ସେ ଆହୁରି ମଧ୍ୟ କହିଥିଲେ, ଗୃହଯୁଦ୍ଧ ପରଠାରୁ ଦୁଇ ବର୍ଷ ପୂର୍ବେ ଆମ ଗଣତନ୍ତ୍ର ସବୁଠୁ ବଡ଼ ବିପଦର ସମ୍ମୁଖୀନ ହୋଇଥିଲା। କ୍ଷତବିକ୍ଷତ ହୋଇଥିଲେ ସୁଦ୍ଧା ଆଜି ଆମ ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି। ଆମେ ୧୨ ନିୟୁତ ନୂଆ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି।

Leave A Reply

Your email address will not be published.