ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ଇରାନ୍

0

ନୂଆଦିଲ୍ଲୀ (ଆମ ଟିଭି): ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାଲିଛି ଯୋଜନା । ଇରାନ୍ ୧,୬୫୦ କିଲୋମିଟର୍ ଦୂରତ୍ବ ଅତିକ୍ରମ କରିପାରୁଥିବା କ୍ରୁଜ୍ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା କଥା ଶୁକ୍ରବାର ଦିନ ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ର ଜଣେ ବରିଷ୍ଠ କମାଣ୍ଡର୍ କହିଛନ୍ତି। ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ ଏରୋସ୍ପେସ୍ ଫୋର୍ସର ମୁଖ୍ୟ ତଥା ବରିଷ୍ଠ କମାଣ୍ଡର୍ ଅମିରାଲି ହାଜିଜାଦେ କହିଛନ୍ତି ଯେ, ଆମେ ଟ୍ରମ୍ପ୍ଙ୍କୁ (ଆମେରିକାର ପୂର୍ବତନ ରାଷ୍ଟ୍ରପତି) ହତ୍ୟା କରିବାକୁ ପ୍ରସ୍ତୁତି କରୁଛୁ।

ସୂଚନାଯୋଗ୍ୟ, ଇରାନ୍ର ଜଣେ ପଦସ୍ଥ କମାଣ୍ଡର୍ଙ୍କୁ ଆମେରିକା ଯେଭଳି ହତ୍ୟା କରିଛି, ତା’ର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ ସବୁବେଳେ କହିଆସୁଛି। ରାଷ୍ଟ୍ରାୟତ ଟେଲିଭିଜନ୍କୁ ହାଜିଜାଦେ କହିଛନ୍ତି, ୧,୬୫୦ କିଲୋମିଟର୍ ଦୂରକୁ ଗତି କରିପାରୁଥିବା ଆମ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ର ଅସ୍ତ୍ରଶସ୍ତ୍ର ତାଲିକାଭୁକ୍ତ କରାଯାଇଛି। ରାଷ୍ଟ୍ରାୟତ ଟେଲିଭିଜନ୍ ପ୍ରସାରଣ କରିଥିବା ଫୁଟେଜ୍ରେ ଯେଉଁ କ୍ଷେପଣାସ୍ତ୍ରଟି ଦେଖାଯାଉଛି ତାହା ହେଉଛି ‘ପାୱେ’ ନାମକ ଉକ୍ତ ନୂତନ କ୍ରୁଜ୍ କ୍ଷେପଣାସ୍ତ୍ର। ହାଜିଜାଦେ କହିଛନ୍ତି, ୨୦୨୦ରେ ବାଗ୍ଦାଦ୍ରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇରାନୀୟ କମାଣ୍ଡର୍ କାସେମ୍ ସୋଲେଇମାନିଙ୍କ ମୃତ୍ୟୁ ଘଟିଥିଲା। ତା’ର ଅଳ୍ପ କିଛି ଦିନ ପରେ ଆମେରିକା ନେତୃତ୍ବାଧୀନ ସେନା ଉପରକୁ ଇରାନ୍ ଯେଉଁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ସେଥିରେ ନିରୀହ ସୈନିକମାନଙ୍କୁ ମାରିବା ତା’ର (ଇରାନ୍) ଉଦ୍ଦେଶ୍ୟ ନ ଥିଲା।

 

 

Leave A Reply

Your email address will not be published.