ମାଗଣା ଅଟା ପାଇବାକୁ ପାକିସ୍ତାନରେ ଡହଳବିକଳ
ଇସଲାମାବାଦ(ଆମ ଟିଭି): ପାକିସ୍ତାନରେ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ମାଗଣା ଅଟା ପାଇବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଲମ୍ବା ଲାଇନ୍ । ଅଟା ଟିକେ ପାଇବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଦଳାଚକଟା ପରିସ୍ଥିତି, ଯେଉଁଥିରେ ଏବେଯାଏଁ ୫ଜଣ ପ୍ରାଣ ହରାଇଥିବା ଜଣାପଡିଛି । କିଛି ସ୍ଥାନରେ ବିତରଣ କେନ୍ଦ୍ର ଏବଂ ଟ୍ରକରୁ ଗହମ ଓ ଅଟାକୁ ଲୋକେ ଲୁଟି ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।
ପାକିସ୍ତାନ ଏବେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ଦେଶରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଜୁଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ଏବେ ରମଜାନ୍ ଚାଲିଥିବାବେଳେ ଖାଦ୍ୟ ଗଣ୍ଡାଏ ପାଇବାକୁ ଲୋକେ ଡହଳ ବିକଳ ହେଉଛନ୍ତି ।