କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ(ଆମ ଟିଭି): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ଆସି ପହଞ୍ଚୁଛି । ଡେନାଲ୍ଡ ଟ୍ରମ୍ପ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ପ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କର ସମର୍ଥକମାନେ ପ୍ରଦର୍ଶନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ତାଙ୍କର ଅନେକ ସମର୍ଥକ ଚେତାବନୀ ମଧ୍ୟ ଦେଇଛନ୍ତି । ତେଣୁ ଟ୍ରମ୍ପ ଟାୱାରକୁ ନ୍ୟୁୟର୍କ ପୁଲିସ ଘେରି ରହିଥିବା ଜଣାପଡିଛି ।
ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିଯାଇଛି । ଏହି ମାମଲାରେ ଗିରଫଦାରୀକୁ ଏଡାଇବାକୁ ସେ କୋର୍ଟରେ ଯାଇ ଆତ୍ମସମର୍ପଣ କରିପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ପ ଟାୱାରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।