ନୁଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା ମନୀଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୂଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ । ସୋମବାର ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଇଡିର ସୂଚନା ମୁତାବକ, ଚଳିତ ମାସ ଶେଷ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହେବ ।
ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ଆଜି ନ୍ୟାୟିକ ହେପାଜତ ଶେଷ ହେଉଥିଲା । ଏହାପରେ ତାଙ୍କୁ ଆଜି ପୁଣିଥରେ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ତାରିଖ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ, ମନୀଷ ସିସୋଦିଆଙ୍କୁ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ହେପାଜତକୁ ନେଇଥିଲା ।