ଗୋଟିଏ ମଞ୍ଚରେ ପ୍ରଶାନ୍ତ ଓ ଚିରଞ୍ଜୀବ

0

ଜଗତସିଂହପୁର(ଆମ ଟିଭି): ରାଜ୍ୟ ରାଜନୀତି ଯେତିକି ଉଷ୍ମ ହେବାରେ ଲାଗିଛି ତା ଠାରୁ ବେଶ୍ ଉଷ୍ମ ହେଉଛି ଜଗତ୍ସିଂହପୁର ରାଜନୀତି। ଗୋଟିଏ ମଞ୍ଚ ରେ ଏକାଠି ହୋଇଛନ୍ତି ଦୁଇ ବିରୋଧୀ ନେତା ପ୍ରଶାନ୍ତ ଓ ଚିରଞ୍ଜୀବ୍ । ୨୦୧୯ ନିର୍ବାଚନରେ ନିକଟତମ ପ୍ରତିଦ୍ଵନ୍ଦୀ ଚିରଞ୍ଜୀବ୍ ବିଶ୍ଵାଳ ଙ୍କୁ ହରାଇ ଥିଲେ ପ୍ରଶାନ୍ତ ମୁଦୁଲି । ତେବେ ମୁଦୁଲି ନିକଟ ରେ ସରକାରୀ ଦଳର ମୁଖ୍ୟ ସଚେତକ ପଦ ପାଇଥିବା ବେଳେ ଜଗତ୍ସିଂହପୁର ରେ ମଧ୍ୟ ତାଙ୍କର ବେଶ୍ ଦବଦବ଼ା ରହିଛି ।

ଅନ୍ୟପଟେ ଚିରଞ୍ଜୀବ୍ ବିଶ୍ଵାଳ ଅନେକ ସଭା ମଞ୍ଚରେ ପ୍ରଶାନ୍ତ ମୁଦୁଲି ଙ୍କୁ କଡା ସମାଲୋଚନା କରିବା ସହିତ ବେଶ୍ ଭଲ ଟାର୍ଗେଟ କରୁଥିବା ଦେଖିବାକୁ ମିଳେ । ହେଲେ ଏବେ ଦୁହିଁଙ୍କୁ ଏକାଠି ଦେଖି ବେଶ ଚର୍ଚ୍ଚା ହେଉଛି । ଅନ୍ୟପଟେ ଚିରଞ୍ଜୀବଙ୍କ ଏଭଳି ସଂକେତ ବିଜେଡି ପାଇଁ ମୋହିନୀମନ୍ତ୍ରୀ କିମ୍ବା କଂଗ୍ରେସ ପାଇଁ ବିମୁଖତା ତାହା ଏବେ ଜଣା ପଡିନାହିଁ ।

 

Leave A Reply

Your email address will not be published.