୧୯୯୪ ବ୍ୟାଚ୍ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବନ୍ଧୁ ମିଳନ

0

ଭୁବନେଶ୍ୱର: ରବିବାର ଦିନ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୯୪ ବ୍ୟାଚ୍‌ର ଏକ ବନ୍ଧୁମିଳନ ଭୁବନେଶ୍ବରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତତ୍କାଳୀନ ପ୍ରଫେସର୍ ଡ. ବାବାଜୀ ଚରଣ ପଟ୍ଟନାୟକ ଓ ପ୍ରଫେସର ଡ. ପ୍ରଦୀପ କୁମାର ପଣ୍ଡା ଯୋଗଦାନ କରି ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ନିଜ ନିଜର ଉତ୍ତର ପିଢିଙ୍କୁ ଜଣେ ଜଣେ ଉତ୍ତମ ନାଗରିକ କରି ଗଢି ତୋଳିବା ପାଇଁ ପ୍ରବର୍ତ୍ତାଇଥିଲେ ।ମହାବିଦ୍ୟାଳୟର ତତ୍କାଳୀନ ଦୁଇ ଦିବଂଗତ ପ୍ରଫେସର୍ ଡ. ରତ୍ନାକର ଚଇନି ଓ ଡ. ସୁଚିତ୍ରା ମହାପାତ୍ରଙ୍କ ସ୍ମୃତିଚାରଣପୂର୍ବକ ଗୁରୁମାନଙ୍କ ନିର୍ଦ୍ଦେଶିତ ମାର୍ଗରେ ନିଜକୁ ବ୍ରତୀ କରାଇବା ନିମନ୍ତେ ସଂକଳ୍ପ କରିଥିଲେ । ଏହା ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଅଗ୍ରସର ହେବା ସହିତ ବନ୍ଧୁତ୍ବକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଅନ୍ତତଃ ଥରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆୟୋଜିତ କରିବାପାଇଁ ସ୍ଥିର କରାଗଲା ।

Leave A Reply

Your email address will not be published.