ବିଗ ବଜେଟର ସିନେମା “ପ୍ରଥା”

ଶୀତଲ୍‌ଙ୍କ ନୂଆ ଲୁକ୍

0

ଭୁବନେଶ୍ୱର (ଆମ ଟିଭି):“ପ୍ରଥା” ମାସ୍ ସିନେମା ଫର ମାସ୍ ଅଡିଏନ୍ସ ଥିମ୍ ରେ ଏକ ଆକ୍ସନ ଥ୍ରୀଲର ମୁଭି l କୋରାପୁଟ ଜିଲ୍ଲାର କଳା ସଂସ୍କୃତି ତଥା ଧେମ୍ସା ନାଚ ଆଉ ବାଉଁଶ ରାଣୀ ଖେଳ, ଏମିତି କିଛି ନୂଆ ଜିନିଷ ଦର୍ଶକ ଦେଖିବାକୁ ପାଇବେ ସିନେମା ପ୍ରଥା ରେ l ୧.୫ କୋଟି ବିନିମୟରେ ଖର୍ଚ୍ଚ ହେଉଥିବା ସିନେମା “ପ୍ରଥା”ର ଟ୍ରେଲର ଦର୍ଶକ ଖୁବ୍ ଶୀଘ୍ର ସମସ୍ତ ସିନେମା ଘରେ ଦେଖିବାକୁ ପାଇବେ l ଏକ ଭିନ୍ନଧରଣର କଥାବସ୍ତୁକୁ ଭିତ୍ତିକରି ନୂଆ ଓଡ଼ିଆ ସିନେମା ‘ପ୍ରଥା’ ର ସୁଟିଂ ସରିବା ପରେ ଏବେ ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଦୀର୍ଘ ୮ ମାସ ଧରି ଷ୍ଟୋରୀ ଏବଂ ସ୍କ୍ରିନ୍ ପ୍ଲେ ଲେଖା ହୋଇଥିଲା ଏବଂ ଚାଳିଶ ଦିନ ସୁଟିଙ୍ଗ ହୋଇଥିଲା l ଚଳଚ୍ଚିତ୍ରଟି ଅତିଶିଘ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ସନଲିସା ସିଗ୍ନେଚର ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ତଥା ସନଲିସା ପଟେଲ ଙ୍କ ପ୍ରଯୋଜନା ରେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା। ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ସ୍ଵରାଜ ବାରିକ, ଶୀତଲ ପାତ୍ର ଓ ମୁମ୍ବାଇ ଅଭିନେତ୍ରୀ ତଥା ମଡେଲ ସିମରନ୍‌ କୌର।

ଏହି ଫିଲ୍ମରେ ସ୍ଵରାଜ ଏକ ନୂତନ ଧରଣର ଚରିତ୍ର ସହିତ ନୂଆ ଲୁକ୍ ରେ ଦର୍ଶକଙ୍କ ସାମ୍‌ନାକୁ ଆସୁଛନ୍ତି। ଜଣେ ଗାଉଁଲି ଝିଅ ଭୂମିକାରେ ଦେଖା ଦେବେ ଅଭିନେତ୍ରୀ ଶୀତଲ ପାତ୍ର l ମଡ଼ର୍ଣ୍ଣ ଲୁକ୍ ରେ ଆସିବେ ମୁମ୍ବାଇ ଅଭିନେତ୍ରୀ ସିମ୍ରନ୍ l ଏହାର ଲାଇନ୍ ପ୍ରଯୋଜକ ଅଛନ୍ତି ବିଜୟ ପାତ୍ର । ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବିଶିଷ୍ଟ ଗୀତିକାର ନିଜାମ୍‌ଙ୍କ ସୁପୁତ୍ର ଅସଦ୍ ନିଜାମ। ପରିକଳ୍ପନା ଓ କୋରିଓଗ୍ରାଫି କରିଛନ୍ତି ଆରିୟନ୍ ରାୟ, ସିନେମାଟୋଗ୍ରାଫି ଦାୟିତ୍ଵ ନରେନ୍ଦ୍ର ଗୌଡ଼ ତୁଲାଇଥିବା ବେଳେ ସଂଳାପ ରଚନା କରିଛନ୍ତି ବିଜୟ କୁମାର ରାଉଳ।

ଚଳଚ୍ଚିତ୍ର ଟି କୋରାପୁଟ, ସିମିଳିଗୁଡା, ବୋରିଗୁମ୍ମା, କୋଟିଆ, ଦେଓମାଳୀ ରେ ଆମର ଗାଁ ପରିବେଶ ରେ ସୁଟିଂ ହୋଇଥିଲା l ଏତଦ ବ୍ୟତୀତ ସୁଦୂର ଚଣ୍ଡିଗଡ, ଜୟପୁର, ହାରିଆଣା ଏବଂ

ଦିଲ୍ଲୀ ର ବିଭିନ୍ନ ସ୍ଥାନରେ ସୁଟିଙ୍ଗ୍ ହୋଇଛି। ଚଳଚ୍ଚିତ୍ର ରେ ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଅଧିକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି l

ଚଳଚ୍ଚିତ୍ର ର କାହାଣୀ ଏପରି, ଉଭୟ ଗାଁ ସହିତ ସହରର ପ୍ରଥା କୁ ଯୋଡ଼ିଛି l ଗୀତ ଗୁଡିକ ଯୁବ ପିଢ଼ିଙ୍କୁ ବେଶ ବାନ୍ଧିଲା ଭଳି ପ୍ରସ୍ତୁତ ହୋଇଛି l ‘ପ୍ରଥା’ ଚଳଚ୍ଚିତ୍ର ଓଡିଶା ସମେତ ଦିଲ୍ଲୀ ଓ ପଞ୍ଜାବରେ ଏକା ସାଙ୍ଗରେ ଓଡ଼ିଆ, ହିନ୍ଦୀ ଏବଂ ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିବ l ଚଳଚ୍ଚିତ୍ର ରେ ଓଡ଼ିଶାର ନାମୀ କଳାକାର ଙ୍କ ବ୍ୟତୀତ ଦିଲ୍ଲୀ, ପଞ୍ଜାବ ଏବଂ ଚଣ୍ଡିଗଡ ର ଅଭିନେତା ଅଭିନେତ୍ରୀ ଅଭିନୟ କରିଛନ୍ତି l

‘ପ୍ରଥା’ ଚଳଚ୍ଚିତ୍ର ଟି ଓଡିଶା ତଥା ଦିଲ୍ଲୀ, ପଞ୍ଜାବ, ଚଣ୍ଡିଗଡ ଓ ହରିଆଣା ରେ ମୁକ୍ତିଲାଭ କଲେ ଓଡ଼ିଶାର ସୁନାମ ହେବ ବୋଲି ପ୍ରଥା ଚଳଚ୍ଚିତ୍ର ର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦିଅନ୍ତି l

 

Leave A Reply

Your email address will not be published.