ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ

0

ଇମ୍ଫାଲ୍‌: ଆଦିମ ଅଧିବାସୀଙ୍କ ସଂଘର୍ଷ ଯୋଗୁଁ ରାଜ୍ୟର ପରିସ୍ଥିତି କ୍ରମଶଃ ଖରାପ ହେଉଥିବା ବେଳେ ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହ ଇସ୍ତଫା ଦେଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଆଜି ଅପରାହ୍ଣ ୩ଟା ବେଳେ ସେ ମଣିପୁରର ରାଜ୍ୟପାଳ ଅନସୂୟା ୱିକେଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ବୋଲି ଆଶା କରାଯାଉଛି।

ସ୍ଥାନୀୟ ସମ୍ବାଦପତ୍ର ‘ଦି ସଙ୍ଗାଇ ଏକ୍ସପ୍ରେସ୍‌’ ରିପୋର୍ଟ ଅନୁସାରେ, ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କୁ ବିକଳ୍ପ ଦିଆଯାଇଥିଲା।

ଉପରୋକ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟାଶୀଳ ହୋଇ ଆଜି ବହୁସଂଖ୍ୟକ ମହିଳା ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ବାହାରେ ସମବେତ ହୋଇ ଇସ୍ତଫା ନ ଦେବା ଲାଗି ମୁଖ୍ୟମନ୍ତ୍ରୀ ସିଂହଙ୍କୁ ଅନୁରୋଧ କରୁଛନ୍ତି। ବରଂ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ମଣିପୁରରେ ଘଟିଥିବା ସାନି ହିଂସାକାଣ୍ଡରେ ନିରାପତ୍ତା ବଳ ଓ ସନ୍ଦିଗ୍ଧ ଦଙ୍ଗାକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମଣିପୁରରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି କିଛି ସପ୍ତାହ ହେବ ପ୍ରତିବାଦକାରୀ ଓ ରାଜନୈତିକ ଦଳମାନେ ଦାବି କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରୁ ଭରସା ହରାଇଥିବା ମଣିପୁର କୁକି ସମ୍ପ୍ରଦାୟର ସଦସ୍ୟମାନେ ରାଜ୍ୟରେ ସ୍ବାଭାବିକତା ଫେରାଇ

Leave A Reply

Your email address will not be published.