ନୂଆଦିଲ୍ଲୀ (ଆମ ଟିଭି): ମୁଣ୍ଡ ଉପରେ ୨୦୨୪ ସରଧାରଣ ନିର୍ବାଚନ । ଏହାସହ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ବି ହୋଇପାରେ । ସେଥିପାଇଁ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସରକାର ସହିତ ସଂଗଠନରେ ଅବଦବଦଳ ହେବା ନେଇ ବୈଠକରେ ଆଲୋଚନା ହୋଇପାରେ । ସେହିପରି ସମାନ ନାଗରିକ ସଂହିତା ଉପରେ ମଧ୍ୟ ଚର୍ଚ୍ଚା ହେବା ନେଇ ସୂଚନା ରହିଛି ।
ଗତ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍ ସନ୍ତୋଷଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।