ମାଲକାନଗିରି (ଆମ ଟିଭି): ଆଜି ମାଲକାନଗିରି ଜିଲ୍ଲା ବନ୍ଦ । ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ୪ଦଫା ଦାବିନେଇ ଜିଲ୍ଲା କଂଗ୍ରେସର ଏକ ଟିମ ଗତ ୨୩/୬/ ୨୦୨୩ରେ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କୁ ଦେଇଥିବା ସମୟ ସିମା ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ, କି ଆଲୋଚନା ମଧ୍ୟ କରିନଥିଲେ । ଏଣୁ କଂଗ୍ରେସ ଆସନ୍ତା ୧୪ତାରିଖରେ ଜିଲ୍ଲା ବନ୍ଦ ଡାକରା ଦେଇଛି ।
ଚକ ଅଖ, ଦୋକାନ ବଜାର, ସରକାରୀ କାର୍ୟ୍ୟାଳୟ ବିଦ୍ୟାଳୟ ବନ୍ଦ ରଖୁବା କୁ ଆହ୍ୱାନ ଦେଇଛି । କଂଗ୍ରସ ର ୪ଦଫା ଦାବି ଗୁଡିକହେଲା ୨୦୧୮ରୁ ଜିଲ୍ଲା ସଦର ମହକୁମା ଡାକ୍ତର ଖାନା କୁ ୩୦୦ଶଯ୍ୟା ଘୋଷଣା କରି ନାମକୁ ମାତ୍ର ଚିକିତ୍ସା ବୁବିଧା ଯୋଗାଇ ଦିଅ ଯାଉଛି, ଜିଲାରେ ଶିକ୍ଷାର ଅବ୍ୟବସ୍ଥା, ଜିଲ୍ଲା ଭିତିକ ନିଯୁକ୍ତି, ଏବଂ ଟାଟା ପାୱାରର ଗରିବ ମରଣ ନୀତିଉପରେ ସମାଧାନ କରିବା ନିମନ୍ତେ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ ।