ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ

0

ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍‌ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍‌ର ୧୪ ନମ୍ବର କୋଚ୍‌ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥି‌ଲା। ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହର କରାଯାଇଛି ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

 

 

Leave A Reply

Your email address will not be published.