ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ

0

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ସାମିଲ ହୋଇଥିବାବେଳେ ଏବେ ବୈଠକ ଚାଲିଛି । ତେବେ ମିଳିତ ବିରୋଧୀ ଦଳର ନାମ ଇଣ୍ଡିଆ ହୋଇଛି। ଇଣ୍ଡିଆ ଅର୍ଥାତ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ । ବାସ୍ତବରେ ବୈଠକରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଦଳର ନାମ ପିଡ଼ିଏ ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ଏହାକୁ ଖାରଜ କରିଦିଆଯାଇଥିଲା ।

କୁହାଯାଉଛି ଯେ ଆଉ ଏକ ଛୋଟ ଦଳ ସେଭ୍ ଇଣ୍ଡିଆ ଆଲାଇନ୍ସ କିମ୍ବା ସେକ୍ୟୁଲାର୍ ଇଣ୍ଡିଆ ଆଲାଇନ୍ସ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ଏହାକୁ ମଧ୍ୟ ଖାରଜ କରାଯାଇଥିଲା । ଶେଷରେ ଏହାର ନାଁ ଇଣ୍ଡିଆ ରଖାଯାଇଛି ।

Leave A Reply

Your email address will not be published.