ବ୍ରିଜ୍ ଭୂଷଣ ସିଂଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

0

ନୂଆଦିଲ୍ଲୀ(ଆମ ଟିଭି): ବ୍ରିଜଭୂଷଣ ସିଂଙ୍କ ପାଇଁ ଆଶ୍ୱସ୍ତିକର ଖବର । ବିଜେପି ନେତା, ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଯୌନ ନିର୍ୟାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ଜାମିନ୍‌ ଆବେଦନର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବ। ବ୍ରିଜଭୂଷଣ ସିଂହ ଏବଂ ମୁଖ୍ୟ ସଚିବ ବିନୋଦ ତୋମାରଙ୍କ ବିରୋଧରେ ନିକଟରେ ଏକ ୧୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଚାର୍ଜସିଟ୍‌ ଅନୁଯାୟୀ, ଅଭିଯୋଗକାରୀଙ୍କ ଦାବିକୁ ପ୍ରମାଣ କରିବା ପାଇଁ କୌଣସି ଡିଜିଟାଲ୍‌ କିମ୍ବା କଲ୍‌ ଡିଟେଲ୍‌ ରେକର୍ଡ ନାହିଁ ବୋଲି କୁହାଯାଇଥିଲା। ତେବେ ଦିଲ୍ଲୀ ପୁଲିସ କହିଥିଲା ଯେ ଡବ୍ଲ୍ୟୁଏଫଆଇ ଏବଂ ଅଭିଯୋଗକାରୀଙ୍କ ଠାରୁ ସଂଗ୍ରହ କରାଯାଇଥିବା ଫଟୋ ଅପରାଧ ଘଟିଥିବା ଘଟଣାରେ ସିଂହଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି।

Leave A Reply

Your email address will not be published.