ଓଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବାଲେଶ୍ୱର ଏସପିଙ୍କ ମନ୍ତବ୍ୟ ହାସ୍ୟାସ୍ପଦ: ଶରତ ପଟ୍ଟନାୟକ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଓଏସଏସସି ପ୍ରଶ୍ନପତ୍ର ଲିକ୍ କୁ ନେଇ ରାଜ୍ୟରେ ପ୍ରବଳ ତୁମ୍ବିତୋଫାନ ଚାଲିଛି । ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି । ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପିଙ୍କର ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ଏହାର କିଙ୍ଗ୍‌ପିନ୍‌ ବିହାରର ଏବଂ ଏହି ପ୍ରଶ୍ନପତ୍ର ଲିକ୍‌ ସହିତ ଓଏସ୍‌ଏସ୍‌ସିର କୌଣସି ଷ୍ଟାଫ୍‌ ସମ୍ପୃକ୍ତ ନାହାନ୍ତି । ଯେତେବେଳ ଏହି ଘଟଣାର ତଦନ୍ତ ଚାଲିଛି ଏସ୍‌ପି କେଉଁ ଆଧାରରେ ଓଏସ୍‌ଏସ୍‌ସିକୁ କ୍ଲିନ୍‌ଚିଟ୍‌ ଦେଲେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ଜଣେ ବିହାର ଲୋକ ବିନା ଓଏସ୍‌ଏସ୍‌ସି ଷ୍ଟାଫ୍‌ଙ୍କ ସାହାଯ୍ୟରେ କିଭଳି ଓଡ଼ିଶା ଜେଇ ମେନ୍‌ ପ୍ରଶ୍ନପତ୍ର ଲିକ୍‌ କରିପାରିଲା। ଯେହେତୁ ସରକାରଙ୍କ ପ୍ରୋତ୍ସାହନରେ ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ହେବାରେ ସାହାଯ୍ୟ କରିଛି ସରକାର ଏସ୍‌ପିଙ୍କ ମାଧ୍ୟମରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ଶନ କମିଶନଙ୍କୁ ସୁରକ୍ଷା ଦେବା ଲାଗି ଏଭଳି ମନଗଢା କଥା କହୁଛନ୍ତି।

Leave A Reply

Your email address will not be published.