ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ବନ୍ୟା ସାଙ୍ଗକୁ ଏବେ ଡେଙ୍ଗୁ ଭୟ ଘାରିଲାଣି । ଦୁଇ ସପ୍ତାହ ତଳେ ଦିନକୁ ହାରାହାରି ୩୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦ ଛୁଇଁବାକୁ ବସିଛି । ସୋମବାର ୪୩, ମଙ୍ଗଳବାର ୪୬ ଓ ବୁଧବାର ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି । ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ୫୦% କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି ।
ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସିର ସମସ୍ତ ପଦକ୍ଷେପର ଫସର ଫାଟିଛି । ରୋଗୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ୧୦ଟି ବେଡ୍କୁ ୭୦କୁ ବୃଦ୍ଧି କରାଯାଇଛି । ବିଏମସିର ସୂଚନା ମୁତାବକ, ନୂଆପଲ୍ଲୀ ପୂର୍ବବତ୍ ହଟସ୍ପଟ୍ ରହିଛି । ଏଥିପାଇଁ ବିଏସି ସଜାଗ୍ ଥିବା ବିଏମସି ପକ୍ଷରୁ କୁହାଯାଇଛି ।