ମୋଦୀଙ୍କ ଉପରେ ବର୍ଷିଲେ ମମତା
କୋଲ୍କାତା: ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିପାରୁ ନ ଥିବା ପ୍ରଧାନମନ୍ତ୍ରୀ କିପରି ସମଗ୍ର ଦେଶ ଚଳାଇବେ ବୋଲି ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପଶ୍ଚିମବଙ୍ଗରେ ଆୟୋଜିତ ‘କ୍ଷେତ୍ରୀୟ ପଞ୍ଚାୟତ ରାଜ ପରିଷଦ୍’ରେ ଭିଡିଓ କନ୍ଫରେନ୍ସିଙ୍ଗ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଭାଷାରେ କହିଥିଲେ, ‘ଟିଏମ୍ସି’ ନେ ଖୁନୀ ଖେଲ୍ ଖେଲା ହୈ… (ରକ୍ତରେ ଖେଳ ଖେଳିଛି)। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟର ହିଂସାକାଣ୍ଡକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ ତୃଣମୂଳ କଂଗ୍ରେସକୁ ସମାଲୋଚନା କରି ଏଭଳି ମନ୍ତବ୍ୟ ଦେଇଥିଲେ।
ଏହାର ପାଲଟା ଜବାବ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, କେବଳ ରାଜ୍ୟର ‘ବିଜେପି’ ନେତାଙ୍କୁ ଖୁସି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗକୁ ଅପମାନିତ, ଦରିଦ୍ର, ନିଷ୍ପେଷିତ କରିବା ସହିତ କଷ୍ଟ ଦେଇଛନ୍ତି।