ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଜ୍ୟର କୋଣ ଅନୁକୋଣରେ ‘ହର ଘର ତିରଙ୍ଗା’ଅଭିଯାନ ପାଳନ ହେଉଛି । ମଙ୍ଗଳବାର ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହି ଅବସରରେ ଦେଶ ଓ ମାଟି ପାଇଁ ସହିଦ ହୋଇଥିବା ବୀର ପୁରଷଙ୍କୁ ସାରା ଦେଶ ଝୁରୁଛି ।
ସହିଦଙ୍କୁ ସଲାମ ଜଣାଉଛି ସାରା ଦେଶ । ସେପଟେ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଉଛନ୍ତି ଲୋକେ । ଗାଁ ଠୁ ସହର ସବୁଆଡେ ତ୍ରିରଙ୍ଗା ପତାକା ଉଡୁଛି । ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ବରେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ଏହି ଅଭିଯାନରେ ଲୋକମାନେ ଘରେ ଘରେ ଜାତୀୟ ପତାକା ଉଡ଼ାଉଛନ୍ତି।