କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପୁଣି ପଥରମାଡ଼

0

ନୂଆଦିଲ୍ଲୀ (ଆମ ଟିିଭି): ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ । କେରଳରେ ତୃତୀୟ ଥର ପାଇଁ ଏଭଳି ଅଘଟଣ ଦେଖିବାକୁ ମିଳିଛି । ବୁଧବାର ଦିନ ଅଜ୍ଞାତ ଦୁର୍ବୃତ୍ତମାନଙ୍କ ଟେକାମାଡ଼ରେ କାସରଗୋଡ଼-ତିରୁଅନନ୍ତପୁରମ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କ୍ଷତିଗ୍ରସ୍ତ ହୋଇଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି। ଏହା ହେଉଛି ୩ ଦିନରେ ଏହି ପ୍ରକାରର ୩ୟ ଘଟଣା। ଏହି ଟେକାମାଡ଼ ଘଟଣାରେ ଟ୍ରେନ୍‌ର ଝରକା କାଚ ନଷ୍ଟ ହୋଇଯାଇଛି। ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଅପରାହ୍ଣ ୪ଟାରୁ ୪.୩୦ ମଧ୍ୟରେ ବଟକରା ନିକଟରେ ଏହି ଟେକା ପଡ଼ିଥିଲା। ବାହାରପଟୁ ଝରକା କାଚ ଭାଙ୍ଗି ଚୂନା ହୋଇଯାଇଛି। କିନ୍ତୁ, ଭି‌ତରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଟ୍ରେନ୍‌ର ‘ସି-୮’ କୋଚ୍‌ର ଝରକା ଉପରେ ଏହି ଟେକା ମାଡ଼ ହୋଇଥିଲା।

ସେହିପରି, ଦକ୍ଷିଣ କନ୍ନୁର ଓ ବାଲାପଟନମ୍‌ ଜିଲ୍ଲାରେ ପହଞ୍ଚିବା ପରେ ରବିବାର ଦିନ ମାଙ୍ଗାଲୁରୁ-ଚେନ୍ନାଇ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ ଓ ନେତ୍ରାବତୀ ଏକ୍ସ୍‌ପ୍ରେସ୍‌ ଉପରକୁ ଟେକାମାଡ଼ ହୋଇଥିଲା। ଏହି ଘଟଣାରେ ଦୁଇଟିଯାକ ଟ୍ରେନ୍‌ର ‘ଏସି’ କୋଚ୍‌ର ଝରକା କାଚ ନଷ୍ଟ ହୋଇଯାଇଥିଲା।

Leave A Reply

Your email address will not be published.