ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁକୁ ନେଇ ଏମିତି କହିଲା ଋଷ

0

ମସ୍କୋ: କ୍ରେମ୍‌ଲିନ୍‌ ଆଦେଶକ୍ରମେ ‘ୱାଗ୍‌ନର୍‌’ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍‌ କହିଛି।

କିନ୍ତୁ, ପ୍ରିଗୋଜିନ୍‌ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି ରୁଷ୍‌ କହିଛି ଯେ, ସେ ସଂକ୍ରାନ୍ତରେ ଚାଲିଥିବା ପରୀକ୍ଷା ଫଳାଫଳକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ରୁଷୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ମସ୍କୋର ଉତ୍ତରପଶ୍ଚିମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ଜେଟ୍‌ରେ ‘ୱାଗ୍‌ନର୍‌’ ମୁଖ୍ୟ ଥିଲେ। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି।

 

 

Leave A Reply

Your email address will not be published.