ଭୁବନେଶ୍ୱର(ଆମ ଟିଭି): ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରରୁ ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଭର୍ଚୁଆଲରେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭୁବନେଶ୍ୱରରେ ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ ।
ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାଏକ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ୱପ୍ନ ମଧ୍ୟ ପୂରଣ ହେବ ।