ସୌରିନ ନାଁରେ ଲୁକ୍ ଆଉଟ୍ ନୋଟିସ୍
ପୁଲିସ୍କୁ ଧରାଛୁଆଁ ଦେଉ ନାହାନ୍ତି ସୌରିନ ଭଟ୍ଟ। ଖୋଜିଖୋଜି ନାକେଦମ ହେବା ପରେ ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କମିଶନରେଟ୍ ପୁଲିସ୍।
ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ତାଙ୍କ ଗିରଫଦାରୀ ସସମ୍ୟା ବଢ଼ି ଯାଇଥିଲା। ଏହାପରେ ପୁଲିସ୍ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଉ ଧରା ଦେଇ ନ ଥିଲେ ସୌରିନ ଭଟ୍ଟ।
ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ବିବାହିତ ହୋଇଥିବା ସତ୍ତ୍ୱେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ଏହାପରେ ଯୁବତୀଜଣକ ଦୂରେଇ ଯିବାକୁ ଚେଷ୍ଟା କରିବାରୁ ସୌରିନ ତାଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ କରିବା ସହ କ୍ୟାରିୟର ଶେଷ କରିବାର ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ପୀଡ଼ିତାଙ୍କ କହିବାନୁଯାୟୀ, ସୌରିନ ମୋ’ଠାରୁ ଟଙ୍କା ନେଇ ଫେରାଉ ନ ଥିଲେ।