ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟ୍ଯାଲିଟି ସୋ ‘ଗୃହଲକ୍ଷ୍ମୀ’

0

ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟାଲିଟି ସୋ ମାଧ୍ୟମରେ । ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ । ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ । ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ | ଏହି ରିୟ୍ଯାଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ।

ଏଥି ପାଇଁ ଅଡିସନ ଆରମ୍ଭ ହୋଇଯାଇଛି । ଅକ୍ଟୋବର ୩ ତାରିଖରେ ଭୁବନେଶ୍ବରରେ ଓ ଅକ୍ଟୋବର ୪ ତାରିଖରେ ଭଦ୍ରକ ଠାରେ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ । ଅଡିସନ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ‘ଜୀ-ସାର୍ଥକ’ର ସୋସିଆଲ ମିଡ଼ିଆ ପେଜ ସହ ଯୋଡ଼ି ହେବା ପାଇଁ ‘ଗୃହଲକ୍ଷ୍ମୀ’ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ଓ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା । କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

Leave A Reply

Your email address will not be published.