ଏବେ ବି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛି ୪୦ ଜୀବନ

0

ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଜଟିଳତା ସଙ୍କଟ ବଢ଼ାଉଥିବାରୁ ବିଦେଶୀ ବିଶେଷଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର । ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି। ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି।

୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ବନ୍ୟାଜଳ ପଶିଯିବାରୁ ସେଠାରେ ଫସି ରହିଥିବା ପିଲାମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ଯେଉଁ ବିଶେଷଜ୍ଞମାନେ ନିୟୋଜିତ ଥିଲେ, ଏବେ ସେମାନଙ୍କର ସହାୟତା ନିଆଯିବ। ଏହାସହିତ ନରୱେ ଜିଓଟେକ୍ନିକାଲ୍ ଇନଷ୍ଟିଚ୍ୟୁଟର ସହାୟତା ମଧ୍ୟ ଉତ୍ତରାଖଣ୍ଡ ସରକାର ମାଗିଛନ୍ତି।

ଗତ ୫ ଦିନ ହେବ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ କରିବାକୁ ବେଳେ ବିଶେଷଜ୍ଞମାନେ ୱାକିଟକି ମାଧ୍ୟମରେ ଲଗାତର ଭାବେ ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ଆଜି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.