ପ୍ରଧାନମନ୍ତ୍ରୀ ସୁରକ୍ଷାରେ ତ୍ରୁଟି ମହଙ୍ଗା ପଡିଲା ନିଲମ୍ବିତ ହେଲେ ଏସପି

0

ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ବଡ଼ ଆକ୍ସନ। ଏହି ମାମଲାରେ ଭଟିଣ୍ଡା ଏସ୍‌ପି ଗୁରବିନ୍ଦର ସିଂହଙ୍କୁ ସସ୍‌ପେଣ୍ଡ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ପଞ୍ଜାବ ଗୃହ ବିଭାଗ ସୂଚନା ଦେଇଛି।

୨୦୨୨ ଜାନୁଆରୀ ୫ ତାରିଖରେ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ଫିରୋଜପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଘଟିଥିଲା। ସେହି ସମୟରେ ପ୍ରବଳ ବର୍ଷା ଯୋଗୁ ସଡକ ମାର୍ଗ ଦେଇ ମୋଦି ଯାଉଥିଲେ। କିନ୍ତୁ ହୁସେନିବାଲା ନିକଟରେ ବିକ୍ଷୋକାରୀମାନେ ରାସ୍ତା ଉପରେ ଟ୍ରାକ୍ଟର ରଖି ଅବରୋଧ କରିଥିଲେ। ପତାକା ନେଇ ପ୍ରଧାନମନ୍ତ୍ରୀ ଗାଡି ଆଡକୁ ବିକ୍ଷୋଭକାରୀମାନେ ମାଡ଼ି ଆସିଥିଲେ। ଫଳରେ ଦୀର୍ଘ ୩୦ ମିନିଟ୍‌ ଧରି ମୋଦିଙ୍କ କାର୍‌କେଡ୍‌ ଓଭରବ୍ରିଜ୍‌ ଉପରେ ଫଶି ରହିଥିଲା। ବିକ୍ଷୋଭ ଯୋଗୁ ପ୍ରଧାନମନ୍ତ୍ରୀ କାର୍‌କେଡ୍‌ ଫେରିଯାଇଥିଲା। ସେ ସେଠାରୁ ଭଟିଣ୍ଡାର ଭିସିୟାନା ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରି ଯାଇଥିଲେ।

Leave A Reply

Your email address will not be published.