ଶ୍ରମିକଙ୍କ ପରିବାରକୁ ନେଇ ଉତ୍ତର କାଶୀ ଗଲେ ମନ୍ତ୍ରୀ

0

ଗତ ୧୪ ଦିନ ହେଲାଣି ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି ୪୧ ଜୀବନ। ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ୟମ। ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡ଼ିଆ। ଟନେଲ ଭିତରେ ଥିବା ଶ୍ରମିକଙ୍କ ମନୋବଳ ବଢ଼ାଇବା ପାଇଁ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନେଇ ଘଟଣାସ୍ଥଳକୁ ଆଜି ଯାଇଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ।

ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ସହ ବିମାନରେ ସେ ଯାତ୍ରା କରିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ଟନେଲ ନିକଟରେ ପହଞ୍ଚିବେ ମନ୍ତ୍ରୀ ଓ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟ। ତେବେ ଫସିଥିବା ସମସ୍ତ ଓଡ଼ିଆ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି।

ଉତ୍ତରକାଶୀ ଯିବା ପୂର୍ବରୁ ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, ୧୩ ତାରିଖରେ ଓଡ଼ିଶାରୁ ୨ବାରିଷ୍ଠ ଅଧିକାରୀ ଉତ୍ତରକାଶୀ ଯାଇଥିଲେ। ବର୍ତ୍ତମାନ ସେମାନେ ସେଠାରେ ଅଛନ୍ତି। ସେମାନେ ଫସି ରହିଥିବା ଶ୍ରମିକ ସହ କଥାବାର୍ତ୍ତା କରୁଛନ୍ତି। ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। କୌଣସି କାରଣ ବଶଃତ ବେଳେ ବେଳେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ଆଜି ଶ୍ରମିକମାନଙ୍କୁ ଟନେଲରୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି। ଆମେ ସନ୍ଧ୍ୟା ସୁଦ୍ଧା ଉତ୍ତରକାଶୀରେ ପହଞ୍ଚି ଯିବୁ। ଜଗନ୍ନାଥଙ୍କ ଆର୍ଶୀବାଦରୁ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇ ନିଜ ନିଜ ଘରକୁ ଫେରିବେ।

Leave A Reply

Your email address will not be published.