୪୫ଘଂଟିଆ ଧ୍ୟାନରେ ପ୍ରଧାନମନ୍ତ୍ରୀ: କନ୍ୟାକୁମାରୀ ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନ ଜାରି

0

ନୂଆଦିଲ୍ଲୀ (ଆମ ଟିଭି): ଯେଉଁ ସ୍ଥାନରେ ଦିନେ ସ୍ୱାମୀ ବିବେକାନନ୍ଦ ବସି ଲଗାତାର ୩ ଦିନ ଧରି ଧ୍ୟାନ କରିଥିଲେ, ସେହି ସ୍ଥାନରେ ବସି ଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରିବା ପରେ କନ୍ୟାକୁମାରୀରେ ପହଁଚି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ । ଧ୍ୟାନ ଆକର୍ଷଣ ପାଇଁ ପ୍ରଧାନମନ୍ତ୍ରୀ ଏଭଳି କରୁଥିବା କଂଗ୍ରେସ କହିଛି ।

ନିର୍ବାଚନ ପ୍ରଚାର ସରିବା ପରେ ଧ୍ୟାନ ମୁଦ୍ରାକୁ ଚାଲି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୪୫ ଘଂଟା ଧରି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ବସିବେ । ଗୁରୁବାର ମଧ୍ୟ ରାତ୍ରିରୁ ଧ୍ୟାନରେ ବସିଥିବାବେଳେ ଶନିବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିବେ । ଧ୍ୟାନରେ ବସିବା ସମୟରେ ମୋଦୀ କେବଳ ତରଳ ଖାଦ୍ୟ ଖାଇବେ । ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଚାର ଶେଷ ହେବାର ଘଂଟାକ ପୂର୍ବରୁ ଥିରୁଅନନ୍ତପୁରମ୍ରେ ପହଁଚିଥିଲେ ମୋଦୀ ।

ପ୍ରଥମେ ଭଗବତୀ ଅମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଧଳା ରଙ୍ଗର ଧୋତି ଓ ସାଲ ପରିଧାନ କରି ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମନ୍ଦିରରୁ ସିଧା କନ୍ୟାକୁମାରୀ ଠାରେ ଥିବା ବିବେକାନନ୍ଦ ମେମୋରିଆଲରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ସମୁଦ୍ର ଉପକୂଳରୁ ୫୦୦ ମିଟର ଦୂରରେ ଥିବା ମେମୋରିଆଲରେ ମୋଦୀ ପହଁଚି ଧ୍ୟାନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସ୍ୱାମୀ ବିବେକାନନ୍ଦ ଓ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.