ଖାଁ ଖାଁ ପାଣ୍ଡିଆନଙ୍କ ବାସଭବନ, ହଟିଲା ବ୍ୟାରିକେଡ୍‌

0

ଭୁବନେଶ୍ୱର ୟୁନିଟ୍‌ ୬ରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କ କ୍ୱାର୍ଟର ନଂ ଭିଆଇଆର୍‌ ୭ ଆଗରେ କରାଯାଇଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି।

ରାଜ୍ୟରେ ବିଜେଡି ସରକାର ଥିବା ବେଳେ ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦିଆଯାଇଥିଲା। ଏପରିକି ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା। ବ୍ୟାରକେଡ୍‌ ପାଖରେ ପୋଲିସ ମଧ୍ୟ ଜଗି ରହୁଥିଲା। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ଏହି ବ୍ୟାରିକେଡ୍‌କୁ ହଟାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ବିଜେଡିର ପରାଜୟ ପାଇଁ ରବିବାର ପାଣ୍ଡିଆନ ବିଜେଡି କର୍ମୀଙ୍କୁ ଭୁଲ ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଥିଲେ।

Leave A Reply

Your email address will not be published.