ଆଜି ରିଲିଜ ହୋଇପାରିବ ନାହିଁ କଙ୍ଗନା ରାନାୱତଙ୍କ ‘ଏମରଜେନ୍ସି’ : ଏହି ତାରିଖରେ କୋର୍ଟ କରିବେ ଶୁଣାଣି

0

ନୂଆଦିଲ୍ଲୀ(ଆମ ଟିଭି): କଙ୍ଗନା ରଣାୱତଙ୍କ ‘ଏମରଜେନ୍ସି’ ବିବାଦ ଘେରରେ ରହିଛି। ବାସ୍ତବରେ ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରିଛନ୍ତି ଏବଂ ଏହାର ପ୍ରତିବନ୍ଧକ ମଧ୍ୟ ଦାବି କରିଛନ୍ତି। ବିବାଦ କାରଣରୁ ଫିଲ୍ମଟି ସେନସର ବୋର୍ଡ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇନାହିଁ, ଯେଉଁଥିପାଇଁ ଏହାର ରିଲିଜ୍ ଅଟକି ଯାଇଛି। ଏହି ଚଳଚ୍ଚିତ୍ରଟି ଆଜି ମୁକ୍ତିଲାଭ କରିବାର ଥିଲା। କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ବମ୍ବେ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ଵସ୍ତି ପାଇନାହିଁ। ଏଭଳି ପରିସ୍ଥିତିରେ କଙ୍ଗନା ରଣାୱତ ଏମରଜେନ୍ସି ରିଲିଜ୍ ତାରିଖ ସ୍ଥଗିତ ରଖିବାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।

ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ସାର୍ଟିଫିକେଟ୍ ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ବର୍ତ୍ତମାନ CBFC କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ସିବିଏଫସିକୁ ତାଗିଦ କରିଛନ୍ତି। ବର୍ତ୍ତମାନ ଏହି ଆବେଦନକୁ ସେପ୍ଟେମ୍ବର ୧୯ ତାରିଖରେ କୋର୍ଟରେ ଶୁଣାଣି କରାଯିବ। ପ୍ରକାହ ଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରର ରିଲିଜକୁ ଜବଲପୁର ହାଇକୋର୍ଟ ନିଷେଧ କରିଥିଲେ। ଏଭଳି ପରିସ୍ଥିତିରେ କଙ୍ଗନାଙ୍କ ଏମରଜେନ୍ସି ଆଜି ରିଲିଜ ହେବ ନାହିଁ। ସେପ୍ଟେମ୍ବର ୧୯ ତାରିଖରେ ଫିଲ୍ମ ବିଷୟରେ କେଉଁ ରାୟ ଆସିବ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.