ଅକ୍ଟୋବର ୯ରେ ‘ଖୋକା ଭାଇ ତୁମ ପାଇଁ’
ଆମ ଦର୍ଶକଙ୍କ ମତାମତ ଆମ ପାଇଁ ସର୍ବୋପରି। ହଁ ଆଜ୍ଞା, ସେଇ ସଙ୍ଗୀତ ସମ୍ରାଟ୍ ସ୍ବର୍ଗତଃ ଅକ୍ଷୟ ମହାନ୍ତିଙ୍କ ପାଇଁ ‘ଖୋଜା ଭାଇ ତମ ପାଇଁ’ର ମୁକ୍ତିଲାଭ ଦିନ ଅର୍ଥାତ୍ ଆସନ୍ତା ଅକ୍ଟୋବର ୯ ତାରିଖ ଦିନ ଓଡ଼ିଶାର ସମସ୍ତ ହଲ୍ରେ ପ୍ରଥମ ସୋ’ରେ ଗୋଟିଏ ଲେଖାଏଁ ସିଟ୍ ଖାଲି ରଖା ହେବ । ଅର୍ଥାତ୍ ସେଦିନ ଆମ ଖୋକା ଭାଇ ଆମ ସହ ଆମ ସିନେମା ଦେଖିବେ । ତାଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ପଡ଼ିବ ନଚେତ୍ ସଂରକ୍ଷିତ ରହିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଦର୍ଶକଙ୍କ ମତାମତକୁ ସମ୍ମାନ ଜଣାଇ ସୋସିଆଲ୍ ମିଡିଆରେ ଗୁରୁବାର ଏହି ଘୋଷଣା କରାଯାଇଛି। ଯେଉଁ ଦର୍ଶକ ମତ ରଖିଥିଲେ ତାକୁ ବି ସଂସ୍ଥା ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋଚିତ୍ରରେ ସୂଚିତ କରାଯାଇଛି। ଅକ୍ଷୟ ମହାନ୍ତି ଆମ ସହିତ ନାହାନ୍ତି, ହେଲେ ତାଙ୍କ ସହିତ୍ୟ, ଗୀତ, ସଙ୍ଗୀତକୁ ଛାଡ଼ି ଯାଇଛନ୍ତି ଆମ ପାଇଁ I
ସମସ୍ତ ପ୍ରିମିୟର୍ ଶୋ’ରେ ଲିଜେଣ୍ଡାରୀ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଗୋଟିଏ ସିଟ ଖାଲି ରଖାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଷୟ ସଙ୍ଗୀତରେ ହଜିଯାଆନ୍ତି ଶ୍ରୋତା। ଏଥର ଦଶହରାରେ ତାଙ୍କ
ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତା। ତାଙ୍କ ସମ୍ପର୍କରେ ଅଧିକ ଜାଣିବେ ‘ଖୋକା ଭାଇ ତୁମ ପାଇଁ ଚଳଚ୍ଚିତ୍ରରୁ । ଓଡ଼ିଶାବାସୀଙ୍କ ଭାବପ୍ରବଣତା ଏ ପିଲ୍ମକୁ ଆଗଧାଡ଼ିରେ ରଖିବ ଦଶହରା ବଜାରରେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସ୍ବରାଜ, ଲକି ମନୀଷାଙ୍କ ସହ ଏଥିରେ ସରୋଜ ପରିଡ଼ା ଏବଂ ଉପାସନା ମୁଖ୍ୟ ଚରିତ୍ରରେ ଅଛନ୍ତି। ‘ଚୁମ୍କି’, ‘ମନ ମ୍ୟୁଜିୟମ୍’ ପରେ ଏହା ଉପାସନାଙ୍କର ତୃତୀୟ ଚଳଚ୍ଚିତ୍ର। ପୂର୍ବରୁ ଟେଲି ଦୁନିଆରେ ନିଜ ସିରିୟଲ୍ଗୁଡ଼ିକ ମାଧ୍ୟମରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛତି ଉପାସନା। ଏବେ ଏଥିରେ ଉପାସନା କେଉଁ ଭୂମିକାରେ ଆସି ପ୍ରଶଂସକଙ୍କୁ ମୁଗ୍ଧ କରୁଛନ୍ତି, ତାହା ଦେଖିବା ବାକି ରହିଲା । ବାକି ନ୍ୟାସନଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଶିକ୍ଷାପ୍ରାପ୍ତ ଆଉ ଜଣେ ଓଡ଼ିଆ ପ୍ରତିଭା ହେଲେ ସରୋଜ। ଅନେକ ଫିଲ୍ମରେ ପ୍ରତିଭା ପ୍ରଦର୍ଶନ କରି ଏକ ଭିନ୍ନ ଲୁକ୍ରେ ଆସୁଛନ୍ତି ସେ। ପିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ୍ ମହାନ୍ତି ଏବଂ ପ୍ରଯୋଜନା ଭାର ସମ୍ଭାଳିଛତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ।