ବଢିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା

0

ଭୁବନେଶ୍ୱର (ଆମ ଟିଭି): ବିଧାୟକମାନଙ୍କ ପାଇଁ ଖୁସି ଖବର । ବିଧାୟକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବିଧାୟକଙ୍କର ସ୍ୱାସ୍ଥ୍ୟବୀମା ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟବୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଥିବା ଜଣାପଡ଼ିଛି ।

ପୂର୍ବରୁ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ୫ ଲକ୍ଷ ଟଙ୍କା ରହିଥିଲା । ଏହି ବୀମା ରାଶିକୁ ବାଚସ୍ପତି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ବିଧାୟକଙ୍କ ଦରମା ମଧ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ ବିରୋଧୀ । ଏହାକୁ ନେଇ ଅନେକ ଆଲୋଚନା, ତର୍କ ବିତର୍କ ହୋଇଥିଲା ।

Leave A Reply

Your email address will not be published.