ଭୁବନେଶ୍ୱର : ଚଳିତ ବର୍ଷ ହେବନି ପାୱାରକଟ୍ । ଖରା ଦିନେ ହେବନି ବିଦ୍ୟୁତ କାଟ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଖୋଲିଛି କଣ୍ଟ୍ରୋଲ ରୁମ । ଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ ହେବ ହିଟୱେଭ। ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସେହିପରି ଅଂଶୁଘାତ ମୁକାବିଲା ପାଇଁ ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ । ରାଜ୍ୟ ଓ ଜିଲ୍ଲାସ୍ତରରେ ଖୋଲିଛି କଣ୍ଟ୍ରୋଲ ରୁମ । ଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ ହେବ ହିଟୱେଭ । ଏନେଇ ସୁପାରିସ କରିଛନ୍ତି ୧୬ତମ ଅର୍ଥ କମିସନ ।