ଘରର ଅଶାନ୍ତିକୁ ଦୂର କରିବ ଲୁଣ, ଜାଣନ୍ତୁ ସହଜ ଉପାୟ

0

ଆମେ ପ୍ରତିଦିନ ଯାହାକୁ ଖାଦ୍ୟର ସ୍ୱାଦ ପାଇଁ ବ୍ୟବହାର କରିଥାଉ ।କିନ୍ତୁ ସେହି ସାଧାରଣ ଲୁଣ ବଦଳାଇ ପାରେ ଆପଣଙ୍କ ଭାଗ୍ୟ। ଘରେ ଯଦି କେବେ ବିନା କାରଣରେ ଝଗଡ଼ା, କଳହ କିମ୍ବା ଅଶାନ୍ତି ଦେଖାଯାଏ। ଏହାର ପଛରେ ଅଦୃଶ୍ୟ ନକାରାତ୍ମକ ଉର୍ଜ୍ଜା ରହିଛି ବୋଲି ବିଶ୍ୱାସ ରହିଥାଏ। ଏହି ସମୟରେ କେହି କେହି ଲୁଣକୁ ଏକ ସରଳ ଉପାୟ ଭାବେ ବ୍ୟବହାର କରନ୍ତି।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସଦସ୍ୟଙ୍କ ଭିତରେ କଳହ ଲାଗୁଥିଲେ କିମ୍ବା ସ୍ବାମୀସ୍ତ୍ରୀଙ୍କ ଭିତରେ ବାରମ୍ବାର ମନାନ୍ତର ହେଉଥିଲେ, ଶୟନ କକ୍ଷର ଗୋଟିଏ କୋଣରେ କିଛି ଲୁଣ ଗିନାରେ ଭର୍ତ୍ତି କରି ରଖିଦେବେ। ମାସେ ପରେ ଉକ୍ତ ଲୁଣକୁ କାଢିନେଇ ପୂର୍ନବାର ସେହି ଉପାୟରେ କିଛି ନୂଆ ଲୁଣକୁ ରଖିବେ। କିଛିଦିନ ଏପରି କଲେ ଘରେ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରାଯାଏ।

ଏହା ଛଡ଼ା, ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ପୋଛିଲେ ଘରେ ଥିବା ନକାରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରେ କ୍ରମେ ସୁଖଶାନ୍ତି ବୃଦ୍ଧି ପାଇବା ସହ ମନକୁ ଶାନ୍ତ କରିଥାଏ।

ରୋଗୀଙ୍କ ମାମଲାରେ ମଧ୍ୟ ଏହିପରି ବିଶ୍ୱାସ ଦେଖାଯାଏ। କେହି କେହି ମନେ କରନ୍ତି—ରୋଗୀଙ୍କ ମୁଣ୍ଡ ପାଖରେ ଲୁଣ ରଖିଲେ ତାଙ୍କର ଅସୁବିଧା କମିଥାଏ। ସେଥିସହ ମୁଣ୍ଡ ପୂର୍ବ ଦିଗକୁ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ।

ହେଲେ ଏହା ସବୁ ବିଶ୍ୱାସ ଓ ପାରମ୍ପରିକ ପ୍ରଥା ଉପରେ ଆଧାରିତ। ବିଜ୍ଞାନସମ୍ମତ ଭାବେ ଏହାର ପ୍ରମାଣ ନଥିଲେ ମଧ୍ୟ, ଅନେକ ଲୋକ ଏହାକୁ ଅନୁସରଣ କରି ମନୋବଳ ଓ ଶାନ୍ତି ଅନୁଭବ କରନ୍ତି।

Leave A Reply

Your email address will not be published.