ଲାଇନ୍ ବାଲା ଓଡ଼ିଆ ଚଳଚ୍ଚିତ୍ର ରେ ସମ୍ବିତ ଓ ସ୍ବପ୍ନା ଯୋଡି ପ୍ରଥମ ଥର*
ଶ୍ରୀହରି ମୋସନ ପିକ୍ଚର୍ସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଲାଇନଵାଲା ଜୁଲାଇ ୧୦ ତାରିଖରେ ରିଲିଜ୍ ହେବାକୁ ଯାଉଛି l ଏହାର ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା l ମଣିଷ ଜୀବନରେ ଗୋଟେ ଅଂଶ ହେଲା ବିଦ୍ୟୁତ l ମୌଳିକ ଆବଶ୍ୟକ ମଧ୍ୟ କହିପାରିବା l କିନ୍ତୁ ଯେଉଁମାନଙ୍କ ପାଇଁ ଆମେ ସେବା ପାଇଥାଉ ସେମାନଙ୍କୁ କେବେ ସମ୍ମାନ ଦେଉନେ l ମଣିଷ ସମାଜ ସେମାନଙ୍କ ନିଷ୍ଠା, କର୍ତ୍ତବ୍ୟକୁ ଅବହେଳା କରିଚାଲିଛି l ସେମାନେ ଅନ୍ଧାରର ନାୟକ l ସେମାନଙ୍କ ଦୁଃଖ କଷ୍ଟକୁ ଆମେ ସିନେମା ମାଧ୍ୟମରେ ଦେଖେଇବା ପାଇଁ ଚେଷ୍ଟା କରିଛୁ l ସେମାନଙ୍କର ଦୁଃଖ, କଷ୍ଟରେ ସହଭାଗୀ ହେବା ପରିବର୍ତ୍ତେ ସେମାନଙ୍କୁ ଆମେ ନିର୍ଯାତନା ଦେଇଥାଉ l ବିଲ ଟଙ୍କା ମାଗିଲେ ଆମେମାନେ ମାଡ଼ ମାରିବାକୁ ବି ପଛଉ ନାହୁଁ l ତଥାପି ସେମାନେ ନିଜ କର୍ମକୁ ବ୍ରତ ଭାବି କର୍ମ କରିଥାନ୍ତି l ଏବେ ସମୟ ଆସିଛି ଆମେ ତାଙ୍କୁ ସମ୍ମାନ ଦେବା l ନିର୍ଦ୍ଦେଶକ ନିରଞ୍ଜନ କୁହନ୍ତି, ସୁଟିଂ ସମୟରେ ଆମକୁ ବହୁତ କଷ୍ଟ କରିବାକୁ ପଡିଛି l ଆମେ ଅପେକ୍ଷା କରିଥାଉ ସଟ ଡାଉନ ହେଲେ ସୁଟିଂ କରିବୁ l କିଛି ଆର୍ଟିଷ୍ଟ ଖୁଣ୍ଟି ଉପରେ ଚଢି ଅଭିନୟ କରିଛନ୍ତି l ଅବଶ୍ୟ ପ୍ରଯୋଜକ ସୁଶାନ୍ତ ସାର ସବୁ ବ୍ୟବସ୍ଥା କରିଥିଲେ l ଯେହେତୁ ଏହା ସତ କାହାଣୀ ଥିଲା ପ୍ରଯୋଜକ ସବୁ ସେଟ ରେ ରହୁଥିଲେ l ସିନେମାକୁ ଅରିଜିନାଲ କରିବାକୁ ଆମେ କିଛି ଥିଏଟର ଆର୍ଟିଷ୍ଟ ନେଇଛୁ l ସେମାନେ ଭଲ ଅଭିନୟ କରିଛନ୍ତି l ଏହି ସିନେମାର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l ବୈଦ୍ୟନାଥ ଦାଶ ଙ୍କ ଗୀତ ସିନେମାର ଏକ ପ୍ଲସପଏଣ୍ଟ ହେବ l ଓଡ଼ିଶାର ସିନେପ୍ରେମୀମାନେ ଏକ ମୌଳିକ କାହାଣୀ ସହିତ କିଛି ଶିକ୍ଷଣୀୟ କଥା ଏହି ସିନେମାରେ ଦେଖିବେ l