ସାରା ଭାରତ ବର୍ଷର ଚଳଚ୍ଚିତ୍ର ଇତିହାସରେ ପ୍ରଥମଥର ପାଇଁ ଜଣେ କିନ୍ନର ମୁଖ୍ୟ ନାୟିକା ଭୂମିକାରେ ଉଭା ହେବେ*

0

ଫ୍ୟୁଜନ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମାଣ ହୋଇଥିବା ଏକ ମୌଳିକ କାହାଣୀର ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ” ଆସନ୍ତା ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବ l ପୂର୍ବରୁ ରିଲିଜ୍ ହୋଇଥିବା ପୋଷ୍ଟର ଏବଂ ଗୀତଗୁଡିକୁ ଦର୍ଶକ ଅହେତୁକ ଭଲ ପାଇବା ଦେଇଛନ୍ତି l

ଚଳଚ୍ଚିତ୍ରର କାହାଣୀ ଶ୍ରୀମତୀ ସଂଘମିତ୍ରା ଭଞ୍ଜ ଲେଖିଥିବା ବେଳେ ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ରଞ୍ଜିତ ମହାନ୍ତି l ବିଜୟ କେତନ ମିଶ୍ର ଏବଂ ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରଯୋଜନା କରିଛନ୍ତି l ଚିତ୍ରତ୍ତୋଳନରେ ପ୍ରସନ୍ନ କୁମାର ଏବଂ ସମ୍ପାଦନା ଦାୟିତ୍ୱରେ ରହିଛନ୍ତି ଚନ୍ଦ୍ରଶେଖର ମିଶ୍ର l ଚଳଚ୍ଚିତ୍ରର ଏକ ପ୍ରମୁଖ ବିଭାଗ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ l ଏହାର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ଦୀପ ମହାପାତ୍ର ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ରହିଛନ୍ତି l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଅଛନ୍ତି l

ମୁଖ୍ୟ ଚରିତ୍ରରେ ମୀରା ପରିଡା, ନବାଗତ ଅଭିନେତା ରୁଦ୍ର ପ୍ରତାପ ମହାନ୍ତି ଏବଂ ଅଭିନେତ୍ରୀ ଭୂମି ରହିଛନ୍ତି l ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଥିବା ଭୂମି ଜଣେ କିନ୍ନର l ଜଣେ କିନ୍ନରଙ୍କୁ ନେଇ ସାରା ଭାରତ ସ୍ତରରେ ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନେଇ ସିନେମା ନିର୍ମାଣ କରିବା ପ୍ରଥମ l ଯାହା ଫ୍ୟୁଜନ ଏଣ୍ଟରନମେଣ୍ଟ ର ଏକ ଦୁଃସାହସିକ ପଦକ୍ଷେପ l ତାଙ୍କ ସହିତ ସହ କଳାକାର ଭାବେ ଆର୍ଯ୍ୟ ମହାନ୍ତି, ଶିବାଜୀ ରାଜା ପ୍ରମୁଖ ଅଭିନୟ କରିଛନ୍ତି l

 

ଆମ ସମାଜରେ ଏମିତି କିଛି ମୌଳିକ ହୃଦୟସ୍ପର୍ଶୀ କଥା ଅଛି ଯାହାର ପ୍ରତିଟି ପୃଷ୍ଠା ଲେଉଟାଇଲେ ତାହା କାହାଣୀ ର ରୂପ ନିଏ l ଆଉ ତାକୁ ଜୀବନ୍ତ ରୂପ ଦେବାକୁ ଚାହିଁଲେ କାହଁକି କେଜାଣି ପାଦ ପଛଘୁଞ୍ଚା ଦିଏ l ହେଲେ ଫ୍ୟୁଜନ ଏଣ୍ଟରଟେନମେଣ୍ଟ ପଛଘୁଞ୍ଚା ନୁହେଁ, ଆଗକୁ ଆଗକୁ ପାଦ ବଢ଼ାଇ ସମାଜରେ ଘଟୁଥିବା ନିତିଦିନିଆ କାହାଣୀକୁ ଚଳଚ୍ଚିତ୍ର ର ରୂପ ଦେଇ ପ୍ରତିଟି ଦର୍ଶକ ଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଚି l

ଚଳଚ୍ଚିତ୍ରର କାହାଣୀ ଚିରାଚରିତ କାହାଣୀଠୁ ଅଲଗା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଥମ ବୋଲି ନିର୍ଦ୍ଦେଶକ ରଞ୍ଜିତ ମହାନ୍ତି ମତ ପ୍ରକାଶ କରିଛନ୍ତି l ଆସନ୍ତା ସେପ୍ଟେମ୍ବର ମାସରେ ପେକ୍ଷାଳୟରେ ମୁକ୍ତିଲାଭ କରିବ ଏବଂ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ” କୁ ସାରା ଓଡିଶାବାସୀ ଢେର ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶାପ୍ରକଟ କରିଛନ୍ତି l

Leave A Reply

Your email address will not be published.