ଆଜିଠାରୁ ୭ଟି ନିୟମରେ ବଡ଼ ପରିବର୍ତ୍ତନ, LPG, UPI, FD, SBI ATM ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ

0
ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ବହୁ ନିୟମରେ ପରିବର୍ତ୍ତନ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍, ବଡ଼ ଏଫଡି ଉପରେ ସୁଧ ହାର, ଏଟିଏମରୁ ଟଙ୍କା ଉଠାଣ, ଏନପିଏସ୍ ଚାର୍ଜ ଏବଂ ଏନଆରଆଇଙ୍କଠାରୁ ସମ୍ପତ୍ତି କିଣିବା ଉପରେ ଟିଡିଏସ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇଛି । ଏହି ସବୁ ନିୟମ ଗୁଡ଼ିକ ହେଲା- ଅକ୍ଟୋବରରୁ ନୂଆ ନିୟମ -ଘରୋଇ ଗ୍ରାହକଙ୍କୁ ଏଲପିଜି ବୁକିଂ ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଯେଉଁମାନେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେନି ସେମାନେ ବଜାର ଦରରେ ଗ୍ୟାସ୍ କିଣିବେ । -ଷ୍ଟେଟ୍ ବ୍ୟାଙ୍କର ନୂଆ ଏଟିଏମ୍ ଉଠାଣ ନିୟମ । ବେତନ ପ୍ୟାକେଜ୍ ଗ୍ରାହକଙ୍କ ପାଇଁ ନିଃଶୁଳ୍କ ଉଠାଣ ସୀମା ମାସିକ ୧୦ ରୁ ୫କୁ ହ୍ରାସ । ମୌଳିକ ସଞ୍ଚୟ ଖାତାଧାରୀଙ୍କ ପାଇଁ ମାସକୁ ଚାରି ଥର ନିଃଶୁଳ୍କ ଉଠାଣ । ତାପରେ ପ୍ରତି ଥର ପାଇଁ ୧୫ ଟଙ୍କା ଶୁଳ୍କ ସହ ଜିଏସଟି । -ପ୍ରବାସୀ ଭାରତୀୟଙ୍କ ସମ୍ପତ୍ତି କିଣିଲେ ଆଉ ଟାନ୍ ଦରକାର ପଡ଼ିବନି । ପାନ୍ ଜରିଆରେ କାମ ହୋଇଯିବ । -ଜାତୀୟ ପେନସନ୍ ବ୍ୟବସ୍ଥା (ଏନପିପିଏସ୍) ରେ ପଏଣ୍ଟସ୍ ଅଫ ପ୍ରେଜେନ୍ସ ସଦସ୍ୟଙ୍କ ଠାରୁ ସଂଗ୍ରହ କରୁଥିବା ଶୁଳ୍କରେ ସଂଶୋଧନ । -ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଲକ ଡିପୋଜିଟ୍ ସୁଧ ଘୋଷଣା ନିୟମ ସଂଶୋଧନ କରାଯାଇଛି । ବ୍ୟାଙ୍କଗୁଡ଼ିକ ପ୍ରତିଦିନ ବ୍ୟବସାୟ ଦିବସର ପୂର୍ବାହ୍ନ ୧୦ଟା ୧୦ ସୁଦ୍ଧା ସୁଧ ଘୋଷଣା କରିବେ । -ଅକ୍ଟୋବର ୧୫ ରୁ ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବାଣିଜ୍ୟିକ ୟୁପିଆଇ ପେମେଣ୍ଟ ଉପରେ ୦.୪%ର ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ ହେବ । -ହ୍ଵାଟସଆପ୍ ବିଜନେସ୍ ଆକାଉଣ୍ଟର କେତେକ ମେସେଜ୍ ଉପରେ ଶୁଳ୍କ ଲାଗିବ ।
Leave A Reply

Your email address will not be published.