ସାମ୍ନାରେ ମୃତ୍ୟୁଦଣ୍ଡର ଭୟ: ତଥାପି ବାଂଲାଦେଶ ଫରିବାକୁ ଶେଖ୍ ହସିନାଙ୍କ ପ୍ରସ୍ତୁତି!

0

ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ୱଦେଶ ଫେରିବା ଯୋଜନାକୁ ନେଇ ନିଜ ପ୍ରସ୍ତୁତି ଜରି ରଖିଛନ୍ତି। ଏଥିପାଇଁ ସେ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ଜାରି କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବଂଲାଦେଶ ସରକାର ଏହି ଅନୁରୋଧକୁ ଖାରଜ କରିଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନ କହିଛି ଯେ, ଯେଉଁ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି, ତାଙ୍କୁ ଯାତ୍ରା ସମ୍ପର୍କିତ ଦସ୍ତାବିଜ ଜାରି କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ।

 

ଇତି ମଧ୍ୟରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ମୁଖ୍ୟ ମହମ୍ମଦ ଅମିନୁଲ ଇସଲାମ କହିଛନ୍ତି ଯେ, ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ୱଦେଶ ଫେରନ୍ତି, ତେବେ ତାଙ୍କ ପାଖରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ଭାରତରୁ ହସିନା ବାଂଲାଦେଶ ଫେରିବାକୁ ଯୋଜନା କରୁଥିବା ଖବର ପ୍ରକାଶ ପାଇବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟରେ ବାଂଲାଦେଶରେ ବ୍ୟାପକ ଜନଆନ୍ଦୋଳନ ପରେ ଶେଖ୍ ହସିନା ଭାରତ ପଳାଇ ଆସିଥିଲେ। ଏହି ସମୟରେ ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା କଥିତ ଦମନମୂଳକ କାର୍ଯ୍ୟାନୁଷ୍ଠାନ ମାମଲାରେ ଏକ ଟ୍ରିବ୍ୟୁନାଲ ତାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଶୁଣାଇଛି।

ତେବେ ଚଳିତ ବର୍ଷ ଆରମ୍ଭରେ ଶେଖ୍ ହସିନା କହିଥିଲେ ଯେ, ସେ ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଯୋଜନା କରୁଛନ୍ତି। ଗିରଫ ହେବା କିମ୍ବା ହତ୍ୟାର ଭୟ ତାଙ୍କୁ ଏହି ନିଷ୍ପତ୍ତିରୁ ରୋକିପାରିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ହସିନା କହିଥିଲେ, “ମୋତେ ଜେଲ୍‌ରେ ରଖାଯାଇପାରେ କିମ୍ବା ମୋ ଜୀବନ ନିଆଯାଇପାରେ। କିନ୍ତୁ ଜନସାଧାରଣଙ୍କ ପ୍ରତି ମୋର କର୍ତ୍ତବ୍ୟ କ’ଣ ହେବ, ତାହା ଭୟ ନିର୍ଦ୍ଧାରଣ କରିପାରିବ ନାହିଁ।”

Leave A Reply

Your email address will not be published.