ତାଞ୍ଜାନିଆରେ ବିମାନ ଦୁର୍ଘଟଣା
ତାଞ୍ଜାନିଆ (ଆମ ଟିଭି): ତାଞ୍ଜାନିଆରୁ ଏକ ବଡ଼ ଦୁଃଖଦ ଖବର ଆସି ପହଞ୍ଚୁଛି । ତାଞ୍ଜାନିଆରେ ଘଟିଛି ବିମାନ ଦୁର୍ଘଟଣା । କ୍ୟାପିଟାଲ ସିଟି ଦାର୍-ଏସ୍- ସଲାମରୁ ଲେକସାଇଡ୍ ସିଟି କାଗେରା ବିମାନ ବନ୍ଦରକୁ ଆସୁଥିବା ବିମାନଟି ଅବତରରଣ ପୂର୍ବରୁ ଭିକ୍ଟୋରିଆ ଲେକରେ ଖସିପଡିଛି । ଏଥିରେ ମୋଟ ୪୯ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟ ୨୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ସୂଚନା ମୁତାବକ, ଯାତ୍ରୀବାହୀ ବିମାନଅବତରଣ ସମୟରେ ଉତ୍ତର-ପଶ୍ଚିମ ସହର ବୁକୋବାର ବିମାନବନ୍ଦର ପାଖରେ ଥିବା ଭିକ୍ଟୋରିଆ ହ୍ରଦରେ ପଡିଥିଲା। ବୁକୋବା ବିମାନବନ୍ଦରର ରନୱେର ଗୋଟିଏ ପ୍ରାନ୍ତ ଆଫ୍ରିକାର ସର୍ବବୃହତ ହ୍ରଦ ଭିକ୍ଟୋରିଆ ହ୍ରଦ ପାଖରେ ଅବସ୍ଥିତ ଜ୍ଝ ସୂଚନା ଅନୁଯାୟୀ, ଏହା ପ୍ରିସିସନ୍ ଏୟାରଲାଇନ୍ସର ଏକ ଘରୋଇ ବିମାନ ଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ରୁ ଅଧିକ ଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଏହି ଆକଳନକୁ ଔପଚାରିକ ଭାବେ ନିଶ୍ଚିତ କରାଯାଇ ନାହିଁ।