କାହିଁକି ପରଦାରୁ ଦୂରେଇ ରହିଥିଲେ ଶାହାରୁଖ, ଜାଣନ୍ତୁ

0

ନୂଆଦିଲ୍ଲୀ : ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ ଗତ ଚାରି ବର୍ଷ ଧରି ବଡ ପରଦାରୁ ଦୂରେଇ ରହିଥିଲେ। ଫ୍ୟାନ୍ସ ତାଙ୍କ କମବ୍ୟାକ୍‌କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ତେବେ ଆସନ୍ତା ବର୍ଷ କିଙ୍ଗ ଖାନ ତିନୋଟି ଫିଲ୍ମ ସହିତ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି। ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଥିଲା ଯେ କାହିଁକି ଶାହାରୁଖ ବଡ ପରଦାରୁ ଦୂରେଇ ରହିଥିଲେ? ବର୍ତ୍ତମାନ ଅଭିନେତା ଏତେ ବର୍ଷ ପର୍ଯ୍ୟନ୍ତ ପରଦାରୁ ଦୂରରେ ରହିବାର କାରଣ ଖୁଲାସା କରିଛନ୍ତି।

ସାଉଦି ଆରବର ଜେଦ୍ଦା ଠାରେ ଆୟୋଜିତ ରେଡ୍ ସି ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଶାହରୁଖ ଖାନ ଏହାର ଉତ୍ତର ଦେଇଛନ୍ତି। ଫିଲ୍ମ ମହୋତ୍ସବରେ ଦିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ଅଭିନେତା କହିଛନ୍ତି, ସେ ତାଙ୍କ ଝିଅ ସୁହାନାଙ୍କ କାରଣରୁ ବ୍ରେକ୍‌ରେ ଥିଲେ। ଅଭିନେତା କହିଛନ୍ତି, ‘ସୁହାନା ନ୍ୟୁୟର୍କ ପଢିବାକୁ ଯାଇଥିଲେ। ମୁଁ ଆଠ ମାସ ପର୍ଯ୍ୟନ୍ତ ସୁହାନାଙ୍କ ଫୋନକୁ ଅପେକ୍ଷା କରିଥିଲି ଯେ ସେ ମୋତେ କଲ୍ କରିବେ। ଦିନେ ମୁଁ ସୁହାନାଙ୍କୁ ଫୋନ୍ କରି ପଚାରିଲି ମୁଁ ବର୍ତ୍ତମାନ କାମ ଆରମ୍ଭ କରିପାରିବି କି? ଏହା ଉପରେ ସୁହାନା କହିଲେ, ତୁମେ କାହିଁକି କାମ କରୁନାହଁ? ମୁଁ କହିଲି, ଯଦି ତୁମେ ନ୍ୟୁୟର୍କରେ ଏକୁଟିଆ ଅନୁଭବ କରିବ ତେବେ ତୁମେ ମୋତେ କଲ କରିବ।’

ଶାହରୁଖ ଅନୁଭବ କରୁଥିଲେ ଯେ ଯଦି ସୁହାନା ଏକାକୀ ଅନୁଭବ କରନ୍ତି, ତେବେ ସେ ତାଙ୍କ ସହ ରହିବାକୁ ନ୍ୟୁୟର୍କ ଯିବେ ଏବଂ ସେଥିପାଇଁ ସେ କୌଣସି ନୂଆ ପ୍ରୋଜେକ୍ଟ ନେଇ ନଥିଲେ।

Leave A Reply

Your email address will not be published.