ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଗରେ ବିଜେପି ସାଂସଦ ଦାବି ରଖନ୍ତୁ: ସସ୍ମିତ ପାତ୍ର

0

ଭୁବନେଶ୍ୱର (ଆମ ଟିଭି): ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଙ୍ଗକୁ ନେଇ ସରଗରମ ରାଜ୍ୟ ରାଜନୀତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେପିର ପ୍ରେସମିଟର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ବିଜେପି ସାଂସଦ ମାନେ କାହିଁକି କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖୁନାହାନ୍ତି । ରାଜ୍ୟ ସରକାର ସବୁବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ସହଯୋଗ କରିଆସିବ ବୋଲି କହିଆସୁଛନ୍ତି । କେନ୍ଦ୍ର ସରକାର ଚାହିଁଲେ ଓଡିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି ।

ତେବେ ଆଶ୍ଚର୍ୟ୍ୟର କଥା ଯେ କାହିଁକି କେନ୍ଦ୍ର ସରକାର ଓଡିଶା ହାଇକୋର୍ଟଙ୍କ ସହ ଆଲୋଚନା କରନାହାନ୍ତି ତାହା ଚିନ୍ତାର ବିଷୟ । କେନ୍ଦ୍ର ସରକାର ଚାହିଁଲେ ହିଁ ପଶ୍ଚିମ ଓଡିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ହୋଇପାରିବ । ତାର ବାଟ ଅଛି ଯେମିତି ଆମ ସମ୍ବିଧାନର ୟୁନିୟନ ଲିଷ୍ଟ ରହିଛି । ଏଥିରେ ଥିବା ଏଣ୍ଟ୍ରି ୭୮ରେ ଲିପିବଦ୍ଧ ରହିଛି କେଉଁଭଳି ଭାବେ କେନ୍ଦ୍ର ସରକାର ଚାହିଁଲେ ସଂସଦ ମାଧ୍ୟମରେ ପଶ୍ଚିମ ଓଡିଶାର ବେଞ୍ଚ ଗଠନ କରିପାରିବ ।

Leave A Reply

Your email address will not be published.