କିଛି ଦିନର ବିରତି ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ଼ୋ ଯାତ୍ରା

0

ଉତ୍ତରପ୍ରଦେଶ (ଆମ ଟିଭି): କିଛି ଦିନର ବ୍ରେକ ପରେ ପୁଣି ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାଜଧାନୀ ଦିଲ୍ଲୀରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଶୀତ ପାଇଁ ବିଶ୍ରାମ ପରେ ଆଜି ପୁଣି ଥରେ ଏହି ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ। ରାହୁଲ ଗାନ୍ଧୀ ତାଙ୍କ ଯାତ୍ରା ଦିଲ୍ଳୀର କାଶ୍ମୀର ଗେଟ୍ର ପ୍ରାଚୀନ ହନୁମାନ ମନ୍ଦିରରେ ଦର୍ଶନ କରି ଆରମ୍ଭ କରିଛନ୍ତି। ଏହି ଯାତ୍ରାରେ ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରହିବେ। ପ୍ରିୟଙ୍କା ବି ରାହୁଲଙ୍କ ସହ ହନୁମାନ ମନ୍ଦିରରେ ବଜରଙ୍ଗବାଲୀଙ୍କ ଦର୍ଶନ କରି ଯାତ୍ରାରେ ଯୋଗ ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ୍, ଗୋକୁଲପୁରିରୁ ହୋଇ ୟୁପିକୁ ପ୍ରବେଶ କରିବ। ୟୁପିର ଲୋନିରୁ ଗଜିଆବାଦ୍ ହୋଇ ବାଗପତରେ ରାତିରେ ରହି ବିଶ୍ରାମ ନେବେ। ଦିଲ୍ଲୀରେ ଭାରତ ଯୋଡ଼ ଯାତ୍ରା ପାଇଁ ପୁଲିସ୍ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍ଭାଇଜରି ଜାରି କରାଯାଇଛି। କିଛି ରାସ୍ତାରେ ଡାଇଭର୍ସନ ପ୍ଲାନ ଲାଗୁ କରାଯାଇଛି।

Leave A Reply

Your email address will not be published.