ସ୍ଥିର ହେଲା ସମୟ, ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ

0

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଲେଜର ସ୍କାନିଂ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା-ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଉପଯୁକ୍ତ ସମୟ ଦେଖି ଏଏସଆଇ ଏହି କାର୍ଯ୍ୟ କରିବ।

ଲେଜର ସ୍କାନିଂ ନେଇ ଆବଶ୍ୟକୀୟ ଯନ୍ତ୍ରପାତି ଆସିଛି। ରତ୍ନଭଣ୍ଡାର ସୁରକ୍ଷା ନେଇ ସ୍କାନିଂ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ସ୍କାନିଂ ରିପୋର୍ଟ ହସ୍ତଗତ ପରେ ରତ୍ନଭଣ୍ଡାର ମରାମତି ଓ ଖୋଲିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

Leave A Reply

Your email address will not be published.