ଭାଇ” ଚଳଚ୍ଚିତ୍ରର ଅଡିଓ ରିଲିଜ୍, ୨୪ ଜାନୁଆରୀରେ ଶୁଭମୁକ୍ତି*

0

ଆମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡ଼କସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟ ଙ୍କ ପ୍ରଯୋଜନରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଭାଇ” ର ଅଡିଓ ରିଲିଜ୍ ହୋଇଛି ତା’ ସହିତ ଆସନ୍ତା ଜାନୁଆରୀ ୨୪ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା ହୋଇଛି l ତାଣ୍ଡବ ,ମାଲ୍ୟଗିରି ଓ ‘ଗୁପଚୁପ’ର ନିର୍ଦ୍ଦେଶକ ପୃଥୀରାଜ ପଟ୍ଟନାୟକ ‘ଭାଇ’ର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ଅଭିନେତା ସୁଜିତ ଭାଇ ଏବଂ ଦିବ୍ୟା ଭଉଣୀ ଚରିତ୍ରରେ ନଜର ଆସିବେ l ନାୟକ ଅମ୍ଳାନ ଦାସଙ୍କର ବଳିଷ୍ଠ ଅଭିନୟ ଏଥିରେ ଦେଖିବାକୁ ମିଳିବ l ଅଭିନେତ୍ରୀ ଅନନ୍ୟା ଏବଂ ଗୁପଚୁପ ଓ ଦୃଷ୍ଟିକୋଣ ଚଳଚ୍ଚିତ୍ରର ଅଭିନେତା ବିକାଶ ମଧ୍ୟ ଭାଇ ରେ ଅଭିନୟ କରିଛନ୍ତି। ଭାଇ ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ପୃଥୀରାଜ ଥିବା ବେଳେ ସଂଳାପ ରଚନା କରିଛନ୍ତି ରବିନାରାୟଣ ଦାସ। ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା

କରିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ୍ସ ସରୋଜ। ଚିତ୍ରତ୍ତୋଳନ କରିଛନ୍ତି ରୁଦ୍ର l

ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଓଡ଼ିଶା ବାହାରେ ମନାଲି, ଲଦାଖ ଇତ୍ୟାଦି ସ୍ଥାନରେ ମଧ୍ୟ ଏହାର ସୁଟିଂ ହୋଇଛି। ଏହି ଚଳଚ୍ଚିତ୍ରକୁ

ନେଇ ନାୟକ ଅମ୍ଳାନ, ନାୟିକା ଦିବ୍ୟା ଓ ଅନନ୍ୟା ପ୍ରମୁଖ ବେଶ୍

ଆଶାବାଦୀ ଅଛନ୍ତି ।

ଭାଇ-ଭଉଣୀର ସମ୍ପର୍କ, କର୍ତ୍ତବ୍ୟକୁ ନେଇ ଏହି ଚଳଚ୍ଚିତ୍ରକୁ ଚମତ୍କାର କରିବା ନିମନ୍ତେ ପ୍ରୟାସ କରିଛନ୍ତି

ନିର୍ଦ୍ଦେଶକ ଶ୍ରୀ ପୃଥ୍ଵୀରାଜ ପଟ୍ଟନାୟକ। ଏଥିରେ

ପାରିବାରିକ କାହାଣୀ ସହ ଆକ୍ସନ୍‌କୁ ବେଶ୍ ଗୁରୁତ୍ଵ ଦିଆଯାଇଛି l ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l

Leave A Reply

Your email address will not be published.