ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା; ୨ ଦିନିଆ ରିମାଣ୍ଡରେ ୩ ମୁଖ୍ୟ ଅଭିଯୁକ୍ତ

0

ଭୁବନେଶ୍ୱର : ଖୋଲିବ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟ ମର୍ଡରର ଗୁମର । ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ପୋଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ ଏସ୍‌ଡେଜେଏମ୍ କୋର୍ଟ । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଆଦାୟ ଲାଗି ସେମାନଙ୍କୁ ଅଣାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ସ୍କାଏ ଲ୍ୟାବ ପତି, ବିସ୍ମୟ ମହାନ୍ତି, ପଞ୍ଚାନନ ବଡ଼ଜେନା ଙ୍କୁ ରିମାଣ୍ଡରେ ନେଇଛି ଟିମ୍ । ଝାରପଡା ଜେଲରୁ ସ୍ବତନ୍ତ୍ର ଗାଡ଼ିରେ ନିଆଯାଇଛି । ଦୁଇ ଦିନ ଧରି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏପର୍ଯ୍ୟନ୍ତ ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ମେ ୭ରେ ବାଲିଅନ୍ତାର ଭିଙ୍ଗାରପୁରରେ ଦୁଇ ଯୁବତୀଙ୍କ ସହ ଗାଡ଼ି ଧକ୍କା ପରେ ଜିଆରପିଏଫ କନେଷ୍ଟବଳ ସୌମ୍ୟରଂଜନଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ମାମଲାର ତଦନ୍ତ କରୁଛି ।

ସୌମ୍ୟଙ୍କୁ ପିଟି ପିଟି ହତ୍ୟା ମାମଲାରେ ଆଉ କିଛି ଅଭିଯୁକ୍ତ ସମ୍ପର୍କରେ ସୁରାକ ହାସଲ କରିବା ପାଇଁ, ଆଉ କିଛି ଅଭିଯୁକ୍ତ ଯେଉଁମାନେ ଧରାପଡ଼ି ନାହାନ୍ତି ସେମାନଙ୍କ ପାଖରେ ପହଞ୍ଚିବା ପାଇଁ, ଭିଡିଓ ଆଧାରରେ ଆଉ କାହାର ସଂପୃକ୍ତି ଅଛି ସେମାନଙ୍କୁ ଚିହ୍ନଟ ପାଇଁ ରିମାଣ୍ଡରେ ଅଣାଯାଇଛି । ସୂଚନାଯୋଗ୍ୟ, ସୌମ୍ୟ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୦ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେବି ଆଉ କିଛି ଅଭିଯୁକ୍ତ ଫେରାର ରହିଛନ୍ତି ।

Leave A Reply

Your email address will not be published.