ପାଣ୍ଡିଆନଙ୍କ ସଭାକୁ ବୋତଲ ମନା

0

ଗଞ୍ଜାମ (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ଓ ଖଲିକୋଟରେ ରହିଛି କାର୍ୟ୍ୟକ୍ରମ । ତେବେ ଫାଇଭ-ଟି ସଚିବଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆୟୋଜିତ ସଭାସ୍ଥଳରେ ତନତନ କରି ଯାଂଚ କରି ଲୋକଙ୍କୁ ଛାଡ଼ୁଛି ପୋଲିସ । ଏପରିକି ସଚିବଙ୍କ ସଭାକୁ ପାଣି ବୋତଲ ମନା ।

ଯେଉଁମାନେ ପାଣି ବୋତଲ ଧରି ସଭାକୁ ଯାଉଛନ୍ତି ଯାଂଚ ସମୟରେ ତାଙ୍କ ଠାରୁ ପାଣି ବୋତଲ ରଖାଯାଉଛି । ଏପରି ବ୍ୟାଗ୍ ନେବାକୁ ବାରଣ କରାଯାଇଛି । ଏହା କଳାପୋଷକ ପିନ୍ଧିଥିବା ବ୍ୟକ୍ତିଙ୍କୁ ସଭାସ୍ଥଳକୁ ଯିବାକୁ ବାରଣ କରାଯାଇଛି । ବ୍ୟସଚିବଙ୍କ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ସମେତ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.