ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ। ବଲାଙ୍ଗୀରରେ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି । M/s Shree Ambica Cotspin Pvt. Ltd. ର ୧୨୪ କୋଟି ଟଙ୍କା ବିନିଯୋଗରେ ଗଢ଼ିଉଠିବ ଏହି ପ୍ରକଳ୍ପ। ୩୦୦ ରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତ। ପଶ୍ଚିମ ଓଡ଼ିଶାରେ ଟେକ୍ସଟାଇଲ୍ ଶିଳ୍ପକୁ ମିଳିବ ନୂଆ ଗତି। ରାଜ୍ୟରେ ଶୁଦ୍ଧ ଜଳବାୟୁ ଓ ସୁସ୍ଥ ଶକ୍ତିକୁ ଆଗେଇ ନେବା ପାଇଁ ସିଟି ଗ୍ୟାସ ବିତରଣ ନୀତିକୁ ମଞ୍ଜୁରି। PNG ଓ CNG ଢାଞ୍ଚା ବିସ୍ତାର ହେବ ତ୍ୱରାନ୍ୱିତ। ବେସରକାରୀ ବିନିଯୋଗ ଓ ନିଯୁକ୍ତି ସୃଷ୍ଟିରେ ମିଳିବ ଗତି।
କଟକ ଭୁବନେଶ୍ୱର ସଂଯୋଗକୁ ସୁଦୃଢ କରିବାକୁ କାଠଜୋଡ଼ି ନଦୀ ଉପରେ ନୂତନ ଉଚ୍ଚସ୍ତରୀୟ ସେତୁ ନିର୍ମାଣକୁ ମଞ୍ଜୁରି। ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟରେ ୩୬ ମାସ ମଧ୍ୟରେ କାମ ସରିବ। ଯାତାୟାତ ସହଜ ହେବ। ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ସରଳ କରିବା ପାଇଁ ଷ୍ଟାମ୍ପ ଶୁଳ୍କ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଏବେ ଲାଗୁ ହେବ ଏକରୂପ ୫% ଷ୍ଟାମ୍ପ ଶୁଳ୍କ। ଗ୍ରାହକଙ୍କୁ ମିଳିବ ସୁବିଧା। ଲୋକସେବାକୁ ଆହୁରି ପାରଦର୍ଶୀ କରିବାକୁ ଅଟୋ ଆପିଲ୍ ବ୍ୟବସ୍ଥାକୁ ଅନୁମୋଦନ। ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ସ୍ୱୟଂଚାଳିତ ଭାବେ ଆପିଲ୍ ହେଇ ପାରିବ। ଡିଜିଟାଲ୍ ଶାସନକୁ ଶକ୍ତିଶାଳୀ କରିବାକୁ Odisha State Data Policy 2.0 କୁ ମଞ୍ଜୁରି। ଡାଟା ସୁରକ୍ଷା, ସଠିକତା ଓ ସ୍ପଷ୍ଟତା ବଢ଼ିବ। ସମସ୍ତ ବିଭାଗରେ ଡାଟା ଆଧାରିତ ନିଷ୍ପତ୍ତି ନେବା ହେବ ସହଜ। ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ। ଆଲାଇଡ୍ ଏବଂ ହେଲର୍ଥକେର୍ ପ୍ରଫେସନ୍ସ ପାଇଁ ନୂତନ ନିୟମ ଲାଗୁ। ଶିକ୍ଷା, ପରୀକ୍ଷା ଓ ପ୍ରାକ୍ଟିସ୍ରେ ଆସିବ ରୂପ। ପରିବହନ କ୍ଷେତ୍ରରେ ମଧ୍ୟ ସଂଶୋଧନ। ଟ୍ରାଫିକ୍ ଓ ଇନଫୋର୍ସମେଣ୍ଟ କାଡର ପାଇଁ ନୂତନ ନିୟମ। ରାସ୍ତା ସୁରକ୍ଷା ଓ ନିୟମ ପାଳନ ହେବ ଆହୁରି ମଜବୁତ।