କମନୱେଲଥ ଗେମ୍ସ: ସ୍ୱର୍ଣ୍ଣ ଜିତିଲେ ରବି ଦହିୟା
ବର୍ମିଂହାମ (ଆମ ଟିଭି): ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ ରେସଲର ରବି ଦହିୟା ଚମତ୍କାର କରିଛନ୍ତି। କମନୱେଲଥ ଗେମ୍ସରେ ସେ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରବି ଦହିୟା ପ୍ରଥମ ଥର ପାଇଁ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରୁଛନ୍ତି ।
ଭାରତର ତାରକା ରେସଲର ରବି କୁମାର ଦହିୟା ପ୍ରଥମ ଥର ପାଇଁ କମନୱେଲଥ ଗେମ୍ସରେ ପଦକ ଜିତିଛନ୍ତି। ତାଙ୍କର ପ୍ରଥମ ପଦକ ହେଉଛି ସ୍ୱର୍ଣ୍ଣ । ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ରବି ନାଇଜେରିଆର ଆବିକେଭେନିମୋ ୱିଲସନଙ୍କୁ ୧୦-୦ ରେ ପରାସ୍ତ କରିଛନ୍ତି । କୁସ୍ତିରେ ଏହା ହେଉଛି ଭାରତର ଚତୁର୍ଥ ସ୍ୱର୍ଣ୍ଣ ପଦକ ।
ପୂଜା ଗେହଲୋଟ୍ ବ୍ରୋଞ୍ଜ ପଦକ ଜିତିଥିଲେ
ଭାରତୀୟ ରେସଲର ପୂଜା ଗେହଲୋଟ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ଫ୍ରିଷ୍ଟାଇଲ୍ ୫୦ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ପୂଜା ସ୍କଟଲ୍ୟାଣ୍ଡର ଖ୍ରୀଷ୍ଟେଲ ଲେମୋଫାକଙ୍କୁ ୧୨-୨ ରେ ପରାସ୍ତ କରିଛନ୍ତି । କୁସ୍ତିରେ ଏହା ହେଉଛି ଭାରତର ସପ୍ତମ ପଦକ ।
୨୦୨୨ କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ୩୧ ତମ ପଦକ । ଏଥି ସହିତ, ଏହା ହେଉଛି ଭାରତର ସପ୍ତମ ପଦକ ଏବଂ କୁସ୍ତିରେ ତୃତୀୟ ବ୍ରୋଞ୍ଜ । ଏହାପୂର୍ବରୁ ଗତକାଲି ଦିବ୍ୟା କାକରନ୍ ଏବଂ ମୋହିତ ଗ୍ରୁଏଲ୍ ମଧ୍ୟ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିଲେ।