ଭଦ୍ରକରେ ଏନକାଉଣ୍ଟର, ଆହତ ଅପରାଧୀ ପ୍ରଫୁଲ୍ଲ ହସ୍ପିଟାଲରେ ଭର୍ତ୍ତି

0

ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଗୁଳି । ଗୁରୁତର ଆହତ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି । ସୋର ଅଞ୍ଚଳର ପ୍ରଫୁଲ୍ଲ ଓ ତାର ସହଯୋଗୀ ଭଦ୍ରକର ନୂଆସାହି ଜଙ୍ଗଲ ନିକଟରେ ଲୁଟ୍ ଯୋଜନା କରୁଥିଲେ । ଖବରପାଇ ଚଢାଉ କରିଥିଲା ପୋଲିସ । ଏହି ସମୟରେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ପ୍ରଫୁଲ୍ଲ ।

 

ଜବାବରେ ପୋଲିସ ଫ୍ରଫୁଲ୍ଲ ଉପରକୁ ଗୁଳି ଚଳାଇଥିଲା । ପ୍ରଫୁଲ୍ଲର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଘଟଣାସ୍ଥଳରୁ ତାର ସହଯୋଗୀ ଫେରାର ହୋଇଯାଇଛି । ଜଙ୍ଗଲ ନିକଟରୁ ଦେଶୀ ବନ୍ଧୁକ ସହ ଦୁଇଟି ଖୋକା ଜବତ କରିଛି ପୋଲିସ । ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଛି । ହତ୍ୟା, ଲୁଟ୍, ଛିନତାଇ ଭଳି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.