ଫାଇଭ୍ ଷ୍ଟାର୍ ଫିଲ୍ମ ଆଣ୍ଡ୍ ଓଟିଟି ଆଓ୍ବାର୍ଡସ୍-୨୦୨୩: ତନ୍ଦ୍ରା ରାୟଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
ଭୁବନେଶ୍ୱର (ଆମ ଟିଭି): ଆର୍ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେପ୍ର ଡକ୍ସନ୍, ଇଭସ୍ ବିଲୁକନ୍ ଏବଂ ଶେରୋ ପ୍ରପର୍ଟିଜ୍ ରିଅଲି ଇଷ୍ଟେଟ୍ଏ ଲଏଲସି ଦୁବାଇ ସହଯୋଗରେ ଶୁକ୍ରବାର ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଫାଇଭ୍ ଷ୍ଟାର୍ ଫିଲ୍ମ ଆଣ୍ଡ୍ ଓଟିଟି ବଲିଉଡ, ଓଲିଉଡ ଓ କୋରିଆନ୍ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯୋଗଦେଲେ ବଲିଉଡ ଅଭିନେତା ଅଫ୍ବ ଶିବଦସନୀ ଆଓ୍ବାର୍ଡସ୍-୨୦୨୩।

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ଘରେ ଘରେ ପରିଚିତ ବିଶିଷ୍ଟ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ଅଭିନୟ ଜଗତରେ ସ୍ମରଣୀୟ ଯାତ୍ରା ଲାଗି ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ବିଭିନ୍ନ ବର୍ଗରେ ମୋଟ୍ ୫୫ଟି ସିନେ ପୁରସ୍କାର ବିଭିନ୍ନ ପ୍ରତିଭାମାନଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଯୋଜକ ରମେଶ ବାରିକ୍ଙ୍କ ସମେତ ଉତ୍ସବର ଆବାହକ ଅଭିନେତା ଶ୍ରୀଧର ମାର୍ଥା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇ ତନ୍ଦ୍ର ରାୟଙ୍କୁ ସମ୍ମାନିତ କରିଥିଲେ । ପୁରସ୍କାର ପ୍ରଦାନ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ବଲିଉଡ ଅଭିନେତା ଅଫ୍ତାବ ଶିବଦସନୀ, ଭୋଜପୁରୀ ଅଭିନେତ୍ରୀ, କୋରିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହ ପରିଚିତ ଓଡ଼ିଆ କଳାକାରମାନେ ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।