ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି ରେ G20 କନକ୍ଲେଭ

0

ଭୁବନେଶ୍ୱର (ଆମ ଟିଭି): ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ବାରା ଏକ ଆଙ୍କର ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ବରର ସି.ଭି. ରମଣ ଗ୍ଲୋବାଲ ୟୁନିଭରସିଟି (ସିଜିଇଉ) ଓ ଏହାର ଷ୍ଟାର୍ଟଅପ୍ ଇନକ୍ୟୁବେଟର AIC CVRCEF ମିଳିତ ଭାବରେ ଖାଦ୍ୟପେୟର ଭବିଷ୍ୟତ ଓ କାର୍ଯ୍ୟ ବିଷୟରେ ଆଶା’ ନେଇ ଏହି କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି |

ଏହି ଅବସରରେ NABL ର ସିଇଓ ଶ୍ରୀ ଏନ ଭେଙ୍କଟେଶ୍ଵରନ୍, ଷ୍ଟାର୍ଟଅପ୍ ଓଡିଶା ର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍‌, ଡ଼. ଓମକାର ରାୟ, FSSAI ଆଞ୍ଚଳିକ ୱିଙ୍ଗ୍ ର ସହକାରୀ ନିର୍ଦ୍ଦେଶିକା, ଶ୍ରୀମତୀ ପାୟେଲ ମାଝି, Nutrihub ର ପ୍ରୋଜେକ୍ଟ ମ୍ୟାନେଜର ଏନ କ୍ରୀଷ୍ଣା ଶ୍ରୀ ସାଇ ପ୍ରମୁଖ ମୁଖ୍ୟ ଅତିଥ୍ ତଥା ସମ୍ମାନିତ ଅତିଥ୍‌ ଭାବରେ ଯୋଗ ଦେଇ ଏହି କର୍ମଶାଳାକୁ ଉଦଘାଟନ କରିବା ସହିତ ଏକ ଆନ୍ତର୍ଜାତୀୟ ସ୍ତରର ଫୁଡ ଟେଷ୍ଟିଙ୍ଗ ଲାବୋରେଟୋରୀ ରଞ୍ଜିତା ଆନାଲିଟିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (RARL) ର ଉଦଘାଟନ ମଧ୍ୟ କରିଥିଲେ ।

ରାଜ୍ୟ ଖାଦ୍ୟ ନିରାପତ୍ତା ଏବଂ ଷ୍ଟାର୍ଟଅପ୍ ଓଡିଶାର ଅଫିସିଆଲ୍ ସହିତ NABL ଏବଂ FSSAI ର ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କର ଉଦ୍ଘାଟନୀ ବାର୍ତ୍ତା ମାଧ୍ୟମରେ ଖାଦ୍ୟପେୟର ଭବିଷ୍ୟତ ଓ କାର୍ଯ୍ୟ ବିଷୟରେ କହିଥିଲେ । ଏହି କନକ୍ଲେଭରେ ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥ୍‌ବା ଖାଦ୍ୟ ଷ୍ଟାର୍ଟଅପ୍ ମାନେ ଅଂଶଗ୍ରହଣ କରିଥିଲେ ଓ ଓଡିଶାର ପାରମ୍ପରିକ ଖାଦ୍ୟ ମହୋତ୍ସବ ସହିତ ଏହା ସମାପ୍ତ ହୋଇଥିଲା |


ସିଜିଇଉ ର ପ୍ରତିଷ୍ଠାତା ଶ୍ରୀ ସଂଜୀବ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ତିନୋଟି ସଂଗଠନଙ୍କ ମିଳିତ ଉଦ୍ୟମ ନିଶ୍ଚିତ ଭାବରେ ଅଧିକ ଖାଦ୍ୟ ଷ୍ଟାର୍ଟଅପ୍ ସୃଷ୍ଟି କରିବା ସହିତ ସମାଜ ଉପରେ ରୋଜଗାର ର ପ୍ରଭାବ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ |

Leave A Reply

Your email address will not be published.